ଭୁବନେଶ୍ୱର, ମାର୍ଚ୍ଚ ୨୪(ଖବର ଓଡ଼ିଶା): ରାଜ୍ୟରେ ଆଜି ଆରମ୍ଭ ହୋଇଛଇ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ସକାଳ ୮ଟା ରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଜାରି ରହିବ ।
ତେବେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ସେତେଟା ହିଂସା ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଛି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ଦିନ ୧୨ଟା ସୁଦ୍ଧା ପୁରା ରାଜ୍ୟରେ ମତଦାନ ହାର ରହିଛି ୩୨ ପ୍ରତିଶତ । ପୌର ଭୋଟ୍ରେ ଅପେକ୍ଷାକୃତ ଭାବରେ କମ୍ ଭୋଟର ମତଦାନ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି ।
ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି ।