ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ। ଆଜି ଅପରାହ୍ନ 3 ଟାରେ ସିମଲାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ଚୟନ କରାଯିବ ସେଥିପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲ ଓ ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ହୁଡା ସିମଲା ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ପଦ ରେସରେ ସବୁଠୁ ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ ଙ୍କ ପତ୍ନୀ ତଥା ପିସିସ ସଭାପତି ପ୍ରତିଭା ସିଂ। ସେହିପରି ପୂର୍ବତନ ପିସିସି ସଭାପତି ସୁଖବିନ୍ଦର ସିଂ ସୁଖୁ ଏବଂ ଗତ ବିଧାନସଭାର କଂଗ୍ରେସ ବିଧାୟକ ଦଳ ନେତା ମୁକେଶ ଅଗ୍ନୀହୋତ୍ରୀ ବି ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସାମିଲ ଅଛନ୍ତି। ଗତକାଲି ଆସିଥିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳ | ସବୁଥର ପରି ଏଥର ବି ନିଜ ସରକାର ବଦଳାଇଥିଲେ ରାଜ୍ୟବାସୀ । 40 ଟି ଆସନ ସହ କଂଗ୍ରେକୁ ବହୁମତ ମିଳିଥିବା ବେଳେ 25 ଟି ଆସନ ପାଇଥିଲା ବିଜେପି। ମୋଦି ହାୱା ସତ୍ୱେ ବିଜେପିକୁ ହରାଇ ବହୁମତ ହାସଲ କରିଛି କଂଗ୍ରେସ ।ଅନ୍ୟ ସବୁ ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଉ ଥିବା ବେଳେ ହିମାଚଳରେ ଦଳର ବିଜୟ ଏକ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି ।