କୋରାପୁଟ, ଫେବୃଆରୀ ୧୧(ଖବର ଓଡ଼ିଶା): କୋଟିଆରେ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବାରମ୍ବାର ଆନ୍ଧ୍ର ଅଧିକାର ଅନୁପ୍ରେବଶ କରି ଲୋକମାନଙ୍କୁ ଭୋଟ ନଦେବା ପାଇଁ ପ୍ରୋତ୍ସାହିତ କରିଆସୁଛନ୍ତି ।
ଯାହାକୁ ନେଇ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆ ଓ ଆଖପାଖ ଗାଁରେ ଆଜି ପୋଲିସ୍ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ଫ୍ଲାଗମାର୍ଚ୍ଚ କରାଯାଇଛି । କୋଟିଆ ପଞ୍ଚାୟତର ସବୁ ଗାଁରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି ।
ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ସରକାରଙ୍କ ଯେଉଁ ଷଡଯନ୍ତ୍ର ରହିଛି ତାକୁ ନେଇ ଏହି ଫ୍ଲାଗମାର୍ଚ୍ଚ କରାଯାଉଛି ।
ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କୋଟିଆରେ ମଧ୍ୟ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ଯେପରି ଆନ୍ଧ୍ର ଅଧିକାରୀ ମାନେ କୋଟିଆରେ ନିର୍ବାଚନ ସମୟରେ ଅନୁପ୍ରବେଶ ନକରିପାରନ୍ତି ତାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।