ଭୁବନେଶ୍ୱର, ଫେବୃଆରୀ ୧୩(ଖବର ଓଡିଶା): ଫେକ୍ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ସତର୍କ ବାଣି, ନକଲି ଭୋଟର ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ଏବଂ ଏହା ପୂର୍ବରୁ ନକଲି ଭୋଟରଙ୍କୁ ସାବଧାନ କରାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଭୋଟରଙ୍କ ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ ଏବଂ ଏହାପରେ ପ୍ରିସାଇଡିଂ ଅଫିସରମାନେ ସ୍ପଟ୍ ଉପରେ ହିଁ ଯାଞ୍ଚ କରିବେ ବୋଲି ଆଜି ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି ।
ଏହା ସହିତ ଜଣଙ୍କ ନାମରେ ଅନ୍ୟ ଜଣେ ଭୋଟ୍ ଦେଇ ପରିବେ ନାହିଁ । ଏବଂ ପୋଲିଂ ଅଫିସରମାନଙ୍କ ପାଇଁ ଭୋଟ ଦେବା ବ୍ୟବସ୍ଥା ନାହିଁ ବୋଲି ଆଜି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ।