ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା): ଆଉ ୩ ଦିନ ପରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏନେଇ ସବୁ ସଜବାଜ ଶେଷ ହୋଇଛି ମାତ୍ର ନିର୍ବାଚନ ସମୟରେ କିଛି ପିଲାଙ୍କ ପରୀକ୍ଷା ରହିଥିବାରୁ ଲକ୍ଷାଧିକ ଯୁବ ଭୋଟର ଭୋଟିଂରୁ ବଞ୍ଚିତ ହେବାକୁ ଯାଉଛନ୍ତି ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ବୃତ୍ତିଗତ ଓ ବୈଷୟିକ କଲେଜରେ ସେମିଷ୍ଟାର ପରୀକ୍ଷା ରହିଥିବା ବେଳେ ଏନେଇ ପ୍ରାୟ ୫ ରୁ ୭ ଲକ୍ଷ ଯୁବ ଭୋଟର ପଞ୍ଚାୟତ ନିର୍ବାଚନ ଭୋଟିଂରୁ ବଞ୍ଚିତ ହେବେ ବୋଲି ଜଣା ପଡିଛି ।
ତେବେ ଏନେଇ ଆଜି ଏସଇସିଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘ । ଆସନ୍ତା ୧୪ରୁ ୨୪ ତାରିଖ ମଧ୍ୟରେ ଅଫଲାଇନ୍ ପରୀକ୍ଷା ଥିବାରୁ ଏହି ଭୋଟର ମାନେ ଭୋଟିଂରୁ ବଞ୍ଚିତ ହେବେ ବୋଲି ସଂଘ ଏସଇସିଙ୍କୁ ଜଣାଇଛି ।
ଅନ୍ୟପଟେ ଏହା ଅସାମ୍ବିଧାନିକ ବୋଲି ସଂଘ ଦାବି କରିଛି ଓ ଏଭଳି ନିଷ୍ପତି ଉପରେ ଯଥାଶୀଘ୍ର ରୋକ୍ ଲଗାଇବାକୁ ଓ ଭୋଟିଂ ସମୟରେ ସମସ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିବା ପାଇଁ ସଂଘ ପକ୍ଷରୁ ଏସଇସିଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।