ଭୁବନେଶ୍ୱର, ମାର୍ଚ୍ଚ ୨୩(ଖବର ଓଡ଼ିଶା): ଆସନ୍ତାକାଲି ପୌର ନିର୍ବାଚନ । ଏନେଇ ଆଗୁଆ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ଭଳି ନିର୍ବାଚନୀ ହିଂସା ଏଡାଇବା ପାଇଁ ଏଥର ନୂଆ ରଣନୀତି ଆପଣେଇଛି ରାଜ୍ୟ ପୋଲିସ୍ ।
ଆଜିଠାରୁ ଭୋଟିଂ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ଏମାନଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ଫୋର୍ସ ମଧ୍ୟ ଟ୍ୟାଗ କରାଯାଉଛି ବୋଲି ଆଜି ପ୍ରତିକ୍ରିୟା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ।
ଏହାଛଡା ସମ୍ବେଦନଶୀଳ ବୁଥ୍ ଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ଅତିରିକ୍ତ ଡିସିପି ସୁପରଭାଇଜିଙ୍ଗ ଅଫିସର ଭାବରେ ପେଟ୍ରୋଲିଂ କରିବେ । ରାଜଧାନୀରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୧୫୦ ଅଫିସର ନିଯୁକ୍ତ ହୋଇଥିବା ବେଳେ କୌଣସି ସ୍ଥାନରେ ବିଶୃଙ୍ଖଳା ଦେଖାଦେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।