ଭୁବନେଶ୍ୱର, ଫେବୃଆରୀ ୧୩(ଖବର ଓଡ଼ିଶା): ଆଉ ଦୁଇ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରହିଛି । ଯାହାକୁ ନେଇ ଏବେ ସବୁ ପଞ୍ଚାୟତରେ ରାଜନୈତିକ ମାହୋଲ ସରଗରମ ରହିଛି । ପ୍ରଚାର ମଧ୍ୟ ଜୋରସୋରରେ ଜାରି ରହିଛି ।
ମାତ୍ର ପ୍ରଚାର ସମୟରେ ଶାସକ ଦଳ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି ଟିମ୍ ।
ସରକାରୀ ଦଳ ବାରମ୍ବାର ଆଚରଣ ବିଧି ଉଲଘଂନ କରୁଥିବା ନେଇ ଅଭିଯୋଗ ହୋଇଛି । ଏହା ସହିତ ନିର୍ବାଚନ ସମୟରେ ଟଙ୍କା ବଣ୍ଟାଯାଉଥିବାର କିଛି ଭିଡିଓ କ୍ଲିପ୍ ମଧ୍ୟ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି ।