Home >
ମୋବାଇଲ ଫାଟି ୩ ବାଳକ ଗୁରୁତର
Khabar Odisha:three-boys-injure-due-to-mobile-blast
ସୁବର୍ଣ୍ଣପୁର, ଅପ୍ରେଲ ୧୬ (ଖବର ଓଡ଼ିଶା):

ସୁବର୍ଣ୍ଣପୁର ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ ଫାଟିବାରୁ ତିନି ଜଣ ବାଳକ ଗୁରୁତର ହୋଇପଡ଼ିଛନ୍ତି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଲେ ଡୁଙ୍ଗୁରିପାଲି ଅନ୍ତର୍ଗତ ଅଡାକଷା ଗ୍ରାମର ତିନି ଜଣ ବାଳକ ଏକ ମୋବାଇଲରେ ଖେଳୁଥିଲେ । ଏହି ସମୟରେ ମୋବାଇଲ ଫାଟିଯିବାରୁ ପିଲାମାନେ ଗୁରୁତର ହୋଇପଡ଼ିଥିଲେ । ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିଲାମାନଙ୍କ ପରିଚୟ ଜଣାପଡ଼ି ନାହିଁ । 

  • Tags:

Subscribe

National International State Sports Entertainment