Home >
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଖୋଜ, ଲୁକଆଉଟ ନୋଟିସ ଜାରି କରିବ ପୋଲିସ
Khabar Odisha:sushant-case-look-out-notce-for-rhea-chakraborty-bihar-police
ମୁମ୍ୱାଇ, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବଢୁଛି ଅଡୁଆ । ମିଳିଥିବା ଖବର ଅନୁଯାୟୀ ବିହାର ପୋଲିସ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିବାକୁ ବିଚାର କରୁଛି। ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାର ପୋଲିସକୁ କିଛି ବଡ ପ୍ରମାଣ ମିଳିଛି। ଏଭଳି ପରିସ୍ଥିତିରେ ତାଙ୍କୁ ପଚରାଉଚରା କରିବା ଜରୁରୀ ହୋଇପଡିଛି । ଏଥିସହିତ ଖବର ମଧ୍ୟ ଆସୁଛି ଯେ ରିୟା ଚକ୍ରବର୍ତ୍ତୀଙ୍କ ସହ ପୋଲିସ ଯୋଗାଯୋଗ କରିବାରେ ଅସମର୍ଥ । ଅଭିନେତ୍ରୀ ମଧ୍ୟ ଫୋନରେ କଥା ହେବାକୁ ସକ୍ଷମ ନୁହଁନ୍ତି | ତେଣୁ ପୋଲିସର ସୂଚନାନୁସାରେ, ଅଭିନେତ୍ରୀ ରିୟା ବର୍ତ୍ତମାନ ନିଖୋଜ ହୋଇଯାଇଛନ୍ତି ।

ଗତ କିଛି ଦିନ ହେବ ବିହାର ପୋଲିସ ସୁଶାନ୍ତ ମାମଲାରେ ତଦନ୍ତକୁ ଜୋର ଦାର କରିଛି । ଅନେକ ଲୋକଙ୍କ ବିବୃତ୍ତି ରେକର୍ଡିଂ କରି ମାମଲାକୁ ସଠିକ୍ ଦିଗକୁ ନେବାକୁ ଏବଂ ସଠିକ ତଦନ୍ତ କରିବାକୁ ଗୁରୁତ୍ୱ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ରିୟା ଦୀର୍ଘ ଦିନ ଧରି ସୁଶାନ୍ତଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ସେ ସୁଶାନ୍ତଙ୍କୁ ପରିବାରଠାରୁ ଦୂରେଇ ରଖିଥିବା ଅଭିଯୋଗ ହୋଇଥିଲା । ରିୟାଙ୍କ ଉପରେ ସୁଶାନ୍ତଙ୍କୁ ବ୍ଲାକମେଲ କରିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଏହି ଦିଗଗୁଡିକ ଉପରେ ଅନୁସନ୍ଧାନ କରି ବିହାର ପୋଲିସ ବର୍ତ୍ତମାନ ରିୟାଙ୍କ ବିରୋଧରେ କିଛି ପ୍ରମାଣ ପାଇଛି ।

କିନ୍ତୁ ରିୟାଙ୍କ ଓକିଲ ସତୀଶ ଏହି ଲୁକ୍ଆଉଟ୍ ନୋଟିସ୍ ସମ୍ପର୍କରେ ଏକ ଭିନ୍ନ ବିବୃତ୍ତି ଦେଇଛନ୍ତି । ତାଙ୍କ କହିବାନୁସାରେ, ରିୟା କିମ୍ବା ତାଙ୍କ ନିକଟକୁ କୌଣସି ଲୁକଆଉଟ୍ ନୋଟିସ୍ ବର୍ତ୍ତମାନ ସୁଦ୍ଧା ପଠାଯାଇ ନାହିଁ । ଓକିଲଙ୍କ ସୂଚନା ଅନୁଯାୟୀ ରିୟାଙ୍କ ଘରକୁ ତଦନ୍ତ କରିବା ନେଇ କିମ୍ୱା ପଚରାଉଚୁରା କରିବା ପାଇଁ ବର୍ତ୍ତମାନ ସୁଦ୍ଧା କେହି ଆସିନାହାଁନ୍ତି ।

  • Tags:

Subscribe

National International State Sports Entertainment