Home >
ଘୋଷଯାତ୍ରା ସମୟରେ ହେବ ଶ୍ରୀମନ୍ଦିରର ମରାମତି
Khabar Odisha:state-odisha-srimandir-reparing-work-starts-during-car-festival
ଭୁବନେଶ୍ୱର, ଜୁନ ୧୨ (ଖବର ଓଡିଶା) :

ଆଜି ଭୁବନେଶ୍ୱରରେ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ମରାମତି ଏବଂ ଘୋଷଯାତ୍ରାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ ବୋଲି ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ, ଜୁଲାଇ ୫ ଓ ୬ରେ ଏଏସଆଇ ଟିମ ଗର୍ଭଗୃହ, ନାଟମଣ୍ଡମ, ଜଗମୋହନ ରୋଷେଇ ଘରର ଅନୁଧ୍ୟାନ କରି ମରାମତି କାର୍ଯ୍ୟ କରାଯିବ। ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ମରାମତି ସାରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ୧୬ରେ ଜୟବିଜୟ ମୂର୍ତି ସଂସ୍ଥାପନ କରାଯିବ । ଶ୍ରୀମନ୍ଦିର ଗର୍ଭ ଗୃହରେ ଫାଟ ନଥିଲେ ମଧ୍ୟ ଅଭିଯୋଗ ହୋଇଥିବା କାରଣରୁ ଟିମ ଅନୁଧ୍ୟାନ କରିବ । ନୀଳଚକ୍ର ସୁରକ୍ଷିତ ଅଛି କିନ୍ତୁ ଏହାକୁ ସୁଦୃଢ କରାଯିବ। ଏଥିପାଇଁ ନୀଳଚକ୍ରର କେମିକାଲ ଆନାଲିସିସ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି। 

Subscribe

National International State Sports Entertainment