Home >
ନେପାଳ ବସ ଦୁର୍ଘଟଣା: ୨ ଓଡିଆଙ୍କ ମୃତଦେହ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ସମ୍ବିତ ପାତ୍ର
Khabar Odisha:state-odisha-sambit-patra-wrote-letter-to-s-jaysankar-for-take-the-deadbody-of-2-odia-from-nepal
ଭୁବନେଶ୍ୱର, ଜୁନ ୧୨(ଖବର ଓଡିଶା):

ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡିଆ ପର୍ଯ୍ୟଟକଙ୍କ ମୃତଦେହ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ଜାତୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ।

ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡିଆଙ୍କ ମୃତଦେହ ପୋଷ୍ଟମଟର୍ମ କରିବା ସହ ଫେରାଇ ଆଣିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସମ୍ବିତ ଏସ. ଜୟଶଙ୍କରଙ୍କୁ ମୃତ୍ୟୁବରଣ କରିଥିବା  ବିଜୟ ଜେନା, ଚରଣ ବିଶ୍ୱାଳଙ୍କ ମୃତଦେହ ଫେରାଇ ଆଣିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ କି, ଗତ ୧୦ ତାରିଖରେ ନେପାଳରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ହୋଇଥିଲା । ଏହି ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ୨ଜଣ ଭାରତୀୟ ମୃତ୍ୟୁବରଣ କରିଥିବା ବେଳେ ୨୧ ଜଣ ଆହତ ହୋଇଥିଲେ । ତେବେ ମୃତ୍ୟୁବରଣ କରିଥିବା ଦୁଇଜଣ ଓଡିଆ ହୋଇଥିବା ଜଣାପଡିଥିଲା ।

  • Tags:

Subscribe

National International State Sports Entertainment