Home >
ସମ୍ଭାବ୍ୟ କାଳବୈଶାଖୀ, ୧୪ଟି ଜିଲ୍ଲାକୁ ସାଢେ ୯ଟା ଯାଏଁ ସତର୍କ ସୂଚନା
Khabar Odisha:state-odisha-possibility-of-rain-in-14-district-in-odisha-till-9-30-pm
ଭୁବନେଶ୍ୱର, ଜୁନ ୧୨(ଖବର ଓଡିଶା):

କାଳବୈଶାଖୀ ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି ।

ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଗଂଜାମ, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନାଗିର, ଢେଙ୍କାନାଳ, ଅନୁଗୋଳ,, ବରଗଡ, ନୂଆପଡା, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି । ଆଜି ରାତି ସାଢେ ୯ଟା ସୁଧା ଏହିସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସହ ୩୦ରୁ ୪୦କିମି ବେଗରେ ପବନ ବହିବାନେଇ ଅନୁମାନ କରାଯାଇଛି । ତେବେ ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି ।

 

  • Tags:

Subscribe

National International State Sports Entertainment