Home >
ଅଗ୍ନି ନିରାପତ୍ତା ଯାଂଚ, ରାଜ୍ୟର ୪୯ଟି କୋଚିଂ ସେଂଟରରେ ଚଢାଉ
Khabar Odisha:state-odisha-fire-safety-investigation-in-49-coaching-center-in-odisha
ଭୁବନେଶ୍ୱର, ଜୁନ ୧୨(ଖବର ଓଡିଶା):

ଗୁଜୁରାତରେ ଏକ କୋଚିଂ ସେଂଟରରେ ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରାଣ ହରାଇବା ପରେ ଓଡିଶାର ବିଭିନ୍ନ କୋଚିଂ ସେଂଟରରେ ଚଢାଉ ହେଉଛି । କୋଚିଂ ସେଂଟରରେ ଅଗ୍ନି ନିରାପତା ରହିଛି ନା ନାହିଁ ସେନେଇ ମଧ୍ୟ ଯାଂଚ ହେଉଛି ।

ଆଜି ରାଜ୍ୟର ୬ଟି ସହରରେ ଥିବା ୪୯ଟି କୋଚିଂ ସେଂଟରରେ ଚଢାଉ କରାଯାଇଛି । ଅଗ୍ନିଶମ ବିଭାଗ ତରଫରୁ ଅନୁଗୁଳ, ଝାରସୁଗୁଡା, ଭଦ୍ରକ, ଜୟପୁରର ବିଭିନ୍ନ କୋଚିଂ ସେଂଟରରେ ଚଢାଉ ହୋଇଛି । ସେହିପରି ବଲାଙ୍ଗୀର ଏବଂ ଭବାନୀପାଟଣାର ମଧ୍ୟ ୨୦ଟି କୋଚିଂ ସେଂଟରରେ ଅଗ୍ନି ନିରାପତା ବାବଦରେ ଯାଂଚ କରାଯାଇଛି ।

 

  • Tags:

Subscribe

National International State Sports Entertainment