Home >
ଆଇଏଏସ୍‌ ପରେ ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ପୁରୀ ଏସପି ସାର୍ଥକ ଷଡଙ୍ଗୀ
Khabar Odisha:state-odisha-govt-tranfers-many-ips-officers
ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

ରାଜ୍ୟ ସରକାର ନିକଟରେ ଆଇପିଏସ ସ୍ତରରେ ଅଦଳବଦଳ କରିଥିବା ବେଳେ ଆଜି ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛିନ୍ତି । ଆଇନ ଶୃଙ୍ଖଳା ଏଡିଜି ହୋଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା । ସୁନୀଲ ରାୟ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ହୋଇଛନ୍ତି  । ବିନୟନନ୍ଦ ଝା ଓଏଚଆରସିର ତଦନ୍ତ ନିର୍ଦ୍ଦେଶକ ହୋଇଥିବା ବେଳେ ଆଇପିଏସ ଅଫିସର ଅମିତାବ ଠାକୁର ରାଜ୍ୟ ସଶସ୍ତ୍ର ପୋଲିସର ଆଇଜିପି ହୋଇଛନ୍ତି । ଦକ୍ଷିଣ-ପଶ୍ଚିମାଞ୍ଚଳର ଡିଆଇଜି ହୋଇଛନ୍ତି ହିମାଂଶୁ ଲାଲ । ଯତୀନ୍ଦ୍ର କୋୟଲ ଦକ୍ଷିଣାଞ୍ଚଳ ଆଇଜି ହୋଇଥିବା  ବେଳେ ଆଶିଷ ସଂ ହେଲେ ଗୁଇନ୍ଦା ବିଭାଗର ଡିଆଇଜି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱରେ ରହିବେ ଆଶିଷ ସିଂହ । ସିଦ୍ଧାର୍ଥ ନରୱାନେ ହେଲେ ଏଚଆରପିସିର ଅତିରିକ୍ତ ମହାନିର୍ଦ୍ଦେଶକ । ପି.ଆର.ରାହୁଲଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । 

ପୁରୀ ଏସପି ଥିବା ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଏବେ ରାଉରକେଲାର ଏସପି ଭାବେ କାମ କରିବେ । ସେହପରି ପୁରୀର ଏସପି ହୋଇଛନ୍ତି ଉମାଶଙ୍କର ଦାଶ । ରାଧାବିନୋଦ ପାଣିଗ୍ରାହୀ କଟକ ଭାରପ୍ରାପ୍ତ ଏସପି ହୋଇଛନ୍ତି । ମହେନ୍ଦ୍ର ପ୍ରତାପ ଜେଲ ବିଭାଗର ଆଇଜି ହୋଇଛନ୍ତି ସେହିପରି ଏସ.ସାଇନି ରାଜ୍ୟ ପୋଲିସ ଏକାଡେମୀର ଆଇଜି ହୋଇଛନ୍ତି । ସାରା ଶର୍ମା ହେଲେ ଗଜପତି ଏସପି,ରାହୁଲ ଜୈନ ଦେବଗଡ ଏସପି ଭାବେ କାମ କରିବେ । ସର୍ବଣା ବିବେକଙ୍କୁ ରାୟଗଡା ଏସପି ହୋଇଥିବା ବେଳେ ଅନୁପମା କେମ୍‌ସ ଢେଙ୍କାନାଳ ଏସପି । ନବରଙ୍ଗପୁର ଏସପି ହୋଇଛନ୍ତି କୁଲସ୍କର ନୀତୀନ  । ଖୋର୍ଦ୍ଧାର ଭାରପ୍ରାପ୍ତ ଏସପି ଭାବେ ଓପିଏସ ଅମୂଲ୍ୟ ଦାସଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । 

Subscribe

National International State Sports Entertainment