Home >
ନୟାଗଡ: ଜେଲରୁ ଚମ୍ପଟ ମାରିଲା ୩ଥର, ଖାଇଲା ୭ ଚାକିରି, ଶେଷରେ ଧରାପଡିଲା ବଣି
Khabar Odisha:state-news-Minor-girl-rape-accused-tapan-arrested-again-near-his-village-in-Nayagarh
ନୟାଗଡ,ଅଗଷ୍ଟ ୧୩ (ଖବର ଓଡିଶା)

ପୋଲିସକୁ ଗୋଟିଏ କି ଦୁଇ ଥର ନୁହେଁ ତିନି-ତିନି ଥର ଚକମା ଦେଇ ଫେରାର ହୋଇଥିବା ବଣିକୁ ଶେଷରେ ଧରାପଡିଛି । ବଣି ଓରଫ ତପନ ରାଉତକୁ କାବୁ କରିବାରେ ସକ୍ଷମ ହୋଇଛି ନୟାଗଡ ପୋଲିସ । ନିଜ ଗାଁ କରବର ଜଙ୍ଗଲରେ ଲୁଚିଥିବା ଖବର ପାଇ ପୋଲିସ ବଣିକୁ ଧରିବାକୁ ପହଞ୍ଚିଥିଲା । ଏହାପରେ ସେଠାରେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା । ପୋଲିସର ଇଜ୍ଜତ ଏବଂ କାର୍ଯ୍ୟଦକ୍ଷତାକୁ ବାରମ୍ୱାର ପଦାରେ ପକାଇ ସୁରକ୍ଷାକର୍ମୀଙ୍କୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଥିଲା ତପନ । 

ସୂଚନାଯୋଗ୍ୟ ଯେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ବଣି ପୂର୍ବରୁ ମଧ୍ୟ ଜେଲରୁ ଦୁଇ ଥର ଖସି ପଳାଇଥିଲା । ପୋଲିସ ହେପାଜତରୁ ଫେରାଇ ହୋଇ ସେ ସାତ ଜଣ ସୁରକ୍ଷାକର୍ମୀଙ୍କ ଚାକିରି ମଧ୍ୟ ଖାଇ ସାରିଛି । ପୂର୍ବରୁ ଜେଲରୁ ଫେରାର ହେବା ଘଟଣାରେ 2 ଜଣ ୱାର୍ଡର ନିଲମ୍ୱିତ ହୋଇଥିଲେ । ଏହାପରେ ଅଗଷ୍ଟ 9 ତାରିଖରେ ପୋଲିସ କୋର୍ଟକୁ ନେଉଥିବା ବେଳେ ପୁଣି ଥରେ ପୋଲିସ ଭ୍ୟାନରୁ ଫେରାର ହୋଇଯାଇଥିଲା । ମାମଲାରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ତ୍ତବ୍ୟରେ ଅବହେଳା ଯୋଗୁଁ  ହାବିଲଦାରଙ୍କ ସମେତ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ । ବାରମ୍ୱାର ହେପାଜତରୁ ଫେରାଇ ହୋଇ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା ବଣି ।

Subscribe

National International State Sports Entertainment