Home >
ବିଶ୍ୱକପ ପୂର୍ବରୁ ଟେନସନରେ ଟିମ୍ ଇଣ୍ଡିଆ, ଆହତ ହେଲେ ଓପନର ଶିଖର ଧାୱନ
Khabar Odisha:sports-odisha-indian-cricketer-sikhar-dhawan-injured-while-practicing
ଇଂଲଣ୍ଡ, ମେ ୨୫(ଖବର ଓଡିଶା):

୩୦ ମେ'ରୁ ଆରମ୍ଭ ହେବାକୁ ଥିବା କ୍ରିକେଟ୍ ବିଶ୍ୱକପରେ ଭାରତ ଜୁନ ୫ରୁ ନିଜ ଅଭିଯାନ ଆରମ୍ଭ କରିବ । ଦଳ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମ୍ୟାଚ ଖେଳିବ । କିନ୍ତୁ ଦଳ ପାଇଁ ଆଉ ଏକ ଖରାପ ଖବର ଆସିଛି । ବିଜୟ ଶଙ୍କରଙ୍କ ପରେ ଦଳର ଓପନିଂ ବ୍ୟାଟସମ୍ୟାନ ଶିଖର ଧାବନ ଆହତ ହୋଇଛନ୍ତି ।

ଟୁର୍ଣ୍ଣାମେଂଟ ପାଇଁ ଅଭ୍ୟାସ କରୁଥିବା ବେଳେ ଶିଖରଙ୍କୁ ବ୍ୟାଟିଂ କୋଚ ସଂଜୟ ୱାଙ୍ଗଡେ କିଛି ଟିପ୍ସ ଦେଉଥିଲେ ।  ସେହି ସମୟରେ ସଂଜୟ ଶିଖରଙ୍କୁ ଏକ ସର୍ଟ ପିଚ୍ ବଲ ପକାଇଥିଲେ  । ବଲଟି ଦ୍ରୁତ ଗତିରେ ଶିଖରଙ୍କ ହେଲମେଟରେ ଯାଇ ଲାଗିଥିଲା । ଫଳରେ ଶିଖରଙ୍କ ମୁହଁ ଫାଟି ଯିବା ସହ ରକ୍ତ ବାହାରି ଥିଲା । ବର୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

ଏହା ପୂର୍ବରୁ ଦଳରେ ସ୍ଥାନ ପାଇଥିବା ଅଲରାଉଣ୍ଡର ବିଜୟ ଶଙ୍କର ବୋଲିଂ ଅଭ୍ୟସ କରୁଥିବା ବେଳେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ଟିମ୍ ଫିଜିଓ ଚିକିତ୍ସା କରିଥିଲେ । ଏହାସହ ସେ ଅଭ୍ୟାସ ନକରି ବିଶ୍ରାମ ନେଇଥିଲେ ।

  • Tags:

Subscribe

National International State Sports Entertainment