Home >
ଭାରତରେ ଆୟୋଜିତ ହେବ ୨୦୨୦ ଅଣ୍ଡର-୧୭ ମହିଳା ବିଶ୍ୱକପ
Khabar Odisha:sports-fifa-football-under17-in-india-2020
ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡିଶା):

ଅଣ୍ଡର-୧୭ ପୁରୁଷ ଫିଫା ବିଶ୍ୱକପ ହେବାପରେ ଭାରତ ଆଉ ଏକ ବିଶ୍ୱକପ କରିବା ପାଇଁ ଶୁକ୍ରବାର ଦିନ ନିଷ୍ପତି  ନେଇଛି । ଭାରତରେ ୨୦୨୦ରେ ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ ଆୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନାନୁସାରେ ,ସ୍ପେନ ଗତ ଅଣ୍ଡର -୧୭ ମହିଳା ଫିଫା ବିଶ୍ୱକପରେ ଚାମ୍ପିଆନ ହୋଇଥିଲା । ଯାହାସହ ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡା ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିଲେ । ଭାରତରେ ଅଣ୍ଡର-୧୭ ପୁରୁଷ ଫିଫା ବିଶ୍ୱକପ ରେ ସଫଳ ହେବା ପରେ କିଛି ମାତ୍ରାରେ ଭିତିଭୂମିରେ ମଧ୍ୟ ବିକାଶ ହୋଇଛି ।

ଅଣ୍ଡର -୧୭ ପୁରୁଷ ବିଶ୍ୱକପ ଟୁର୍ଣ୍ଣାମେଂଟର ନିର୍ଦ୍ଦେଶକ ଜେବିୟର ସେଫ ଏହାକୁ ଆୟୋଜନ କରିବା ସହିତ ଭାରତକୁ ସ୍ୱାଗତ କରିଥିଲେ  । ଏହାସହ ଭାରତରେ ମହିଳା ମାନଙ୍କ ପାଇଁ ଖେଳ ଭଲ ଖବର ଅଟେ ବୋଲି କହିଥିଲେ  । 

ସୂଚନାଯୋଗ୍ୟ କି, ପୁରୁଷ ବିଶ୍ୱକପ ପାଇଁ ୟୁରୋପୀୟ ଦେଶ ନିଜର ସ୍ଥାନ ବଜାଇ ରଖିଛନ୍ତି  । କିନ୍ତୁ ମହିଳା ଅଣ୍ଡର-୧୭ ବିଶ୍ୱକପରେ ଏସିଆର ବିଭିନ୍ନ ଦେଶଙ୍କ ଦବଦବା ରହିଛି   । ଏହି ବିଶ୍ୱକପ ୫ ଥର ହୋଇସାରିଛି । ଉତର କୋରିଆରେ ୨୦୦୮, ୨୦୧୬ ,ଦକ୍ଷିଣ କୋରିଆ ୨୦୧୦ ଏବଂ ଜାପାନରେ ୨୦୧୪ ବିଜୟ ହାସଲ କରିଛି ।ଭାରତ ବର୍ତମାନ ପର୍ଯ୍ୟନ୍ତ ଏଥିରେ ଭାଗ ନେଇନାହିଁ ।

  • Tags:

Subscribe

National International State Sports Entertainment