Home >
ଲୁହାପଥର ଖଣି ଦୁର୍ନୀତି ମାମଲା: ଓଡ଼ିଶା ସମେତ ୩ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌
Khabar Odisha:politics-odisha-sc-issues-notice-to-odisha-on-iron-ore-corruption
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡ଼ିଶା):

ଦେଶରେ ବିଭିନ୍ନ ରାଜ୍ୟରେ ହୋଇଥିବା ବ୍ୟାପକ ଖଣି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୬ ଲକ୍ଷ କୋଟି ଟଙ୍କା ଖଣି ଦୁର୍ନୀତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ସିବିଆଇ ସମେତ ଓଡ଼ିଶା, ଝାରଖଣ୍ଡ ଏବଂ କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏହା ସହିତ ଏହି ମାମଲାରେ କୋର୍ଟକୁ ସହଯୋଗ କରିବାକୁ ଆଇନଜୀବୀ ପି ଏସ୍‌ ନରସିଂହଙ୍କୁ ଆମିକସ୍‌ କ୍ୟୁରୀ ଭାବରେ ନିଯୁକ୍ତି କରିଛନ୍ତି ।

ଖଣି ଦୁର୍ନୀତି ମାମଲାରେ ଏମ୍‌ ଏଲ୍‌ ଶର୍ମାଙ୍କ ପକ୍ଷରୁ  ଆବେଦନ ହୋଇଥିବା ଯାଚିକାର ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ବରିଷ୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ ବୋବ୍‌ଡେଙ୍କ ଅଧୀନରେ ଗଠିତ ଖଣ୍ଡପୀଠ ଶୁଣାଣୀ କରି ତିନି ରାଜ୍ୟ ସହ କେନ୍ଦ୍ର ଓ ସିବିଆଇକୁ ନୋଟିସ୍‌ ଜାରି କରିଛନ୍ତି । ଦେଶରେ ୩୫୦ଟି ଲୁହାପଥର ଖଣିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ବେଆଇନ ଭାବରେ ୬ ଲକ୍ଷ କୋଟି ଟଙ୍କାର ଖଣି ଉତ୍ତୋଳନ କରାଯାଇଥିଲା । ସେଥିଲାଗି କେନ୍ଦ୍ର, ସିବିଆଇ ସହ ଓଡ଼ିଶା, ଝାରଖଣ୍ଡ ଏବଂ କର୍ଣ୍ଣାଟକ ସରକାରଙ୍କୁ  ନୋଟିସ ଜାରି ହୋଇଛି ।

  • Tags:

Subscribe

National International State Sports Entertainment