Home >
ଆଜି ବରଗଡ ଆସିବେ ରାହୁଲ ଗାନ୍ଧୀ, ପରିବର୍ତ୍ତନ ସଂକଳ୍ପ ସମାବେଶରେ ଦେବେ ଉଦବୋଧନ
Khabar Odisha:politics-odisha-rahul-gandhi-odisha-visit-barharh-paribartan-sankalp-rally
ବରଗଡ,ମାର୍ଚ୍ଚ ୧୫(ଖବର ଓଡିଶା)

କଂଗ୍ରେସ ଫୋକସରେ ଓଡିଶା । ଆଜି ପୁଣି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହଲୁ ଗାନ୍ଧୀ । ବରଗଡ ନିକଟ ସରସରା ଗାଁରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ । ଏଥିପାଇଁ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ସମାବେଶରେ 50 ହଜାରୁ ଅଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଭବାନୀପଟଣା, ରାଉରକେଲା, ଜୟପୁର ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଆଜି ବରଗଡରେ ରାହୁଲଙ୍କ ଆଭିମୁଖ୍ୟ କଣ ରହିବ ତାହା ଉପରେ ରହିବ ସମସ୍ତଙ୍କ ନଜର । କଂଗ୍ରେସ ସଭାପତି ହେବା ପରେ ଏହା ରାହୁଲଙ୍କ ପ୍ରଥମ ବରଗଡ ଗସ୍ତ ଏହା ପୂର୍ବରୁ ଉପସଭାପତି ଥିବା ସମୟରେ ରାହୁଲ ଏକ ରାଲି କରିଥିଲେ । ତେବେ ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡରେ ରାହୁଲ କେଉଁ ପ୍ରତିଶ୍ରୁତି ଦେବେ ତାହା ଉପରେ ରହିବ ସମସ୍ତଙ୍କ ନଜର । 

Subscribe

National International State Sports Entertainment