Home >
ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ଼୍‌ ଉପରକୁ ଅଣ୍ଡା ମାଡ଼ ଘଟଣା: ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଗିରଫ
Khabar Odisha:politics-odisha-ex-mla-arrests-due-to-egg-attack-on-CM-carcade
ବଲାଙ୍ଗୀର, ଅପ୍ରେଲ ୧୬ (ଖବର ଓଡ଼ିଶା):

ବଲାଙ୍ଗୀର ସାଲେଭଟା ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ଼୍‌ ଉପରକୁ ଅଣ୍ଡା ମାଡ଼ ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଗିରଫ ହୋଇଛନ୍ତି । ବାଳଗୋପାଳଙ୍କ ସହ ତାଙ୍କ ପୁଅ ଓ କିଛି ସମର୍ଥକ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରୁ ରୋଡ୍ ସୋ କରି ଫେରୁଥିବା ବେଳେ ସାଲେଭଟା ନାମକ ଏକ ଜାଗାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ ଅଣ୍ଡାମାଡ଼ କରିଥିଲେ । ଘଟଣା ପରେ ପୋଲିସ ଲାଠିଚାର୍ଜ କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଥିଲା । ଏହି ମାମଲାରେ ପୋଲିସ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ସମର୍ଥକଙ୍କୁ ଅଟକ ରଖିଥିଲା । 

Subscribe

National International State Sports Entertainment