Home >
ବିଜେପିରେ ମିଶ୍ରଣ ପର୍ବ, ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ ପାଢୀ ଏବଂ ପୂର୍ବତନ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ
Khabar Odisha:politics-odisha-bjp-joinning-festival-in-odisha
ଭୁବନେଶ୍ୱର,ମାର୍ଚ୍ଚ ୧୫(ଖବର ଓଡ଼ିଶା):

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ । ବିଜେପିରେ ସାମିଲ ହୋଇଛନ୍ତି ଆସିକାର ପୂର୍ବତନ ବିଧାୟାତ ସରୋଜ ପାଢୀ । ଏହାସହ ପୂର୍ବତନ ମହିଳା କମିଶନର ସଦସ୍ୟା ତିଳୋତ୍ତମା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି  । ଏହି ମିଶ୍ରଣ ଫଳରେ ରାଜ୍ୟରେ ବିଜେପିର ସ୍ଥିତି ଆହୁରୀ ମଜବୁଦ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି. 

ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ଲାଗିଥିବା ବିଜେପିକକୁ ପାଇଁ ଖୁସି ଖବର ଆସିଛି ।  ବିଜେପିରେ ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କଯୋଗଦେବା ଜିଲ୍ଲାରେ ବିଜେପିକୁ ଆହୁରୀ ମଜବୁଜ କରିବ । 

ଏହାସହ ବହୁ ବିବାଦ ପରେ ନିକଟରେ ବିଜେଡରୁ ଇସ୍ତଫା ଦେଇଥିବା ବାମହିଳା କମିସନର ପୂର୍ବତନ ସଦସ୍ୟ ତିଳୋତ୍ତମା ନାୟକ ବି ବିଜେପିରେ ଯୋଗ ଦେଇଛନ୍ତି । ଏହା ଦ୍ୱାରା କନ୍ଧମାଳରେ ଦଳର ସଂଗଠନ ଆହୁରୀ ସୁଦୃଢ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ଓ ବସନ୍ତ ପଣ୍ଡାଙ୍କ ବିଜେପିକୁ ସ୍ୱାଗତ ଜଣାଇଥିଲେ । 

Subscribe

National International State Sports Entertainment