Home >
ଶରଦ ପାୱାରଙ୍କୁ ଚିଠି ଲେଖିଲେ ପାରିକରଙ୍କ ପୁଅ,ରାଜନୈତିକ ଲାଭ ପାଇଁ ମିଛ ପ୍ରଚାର କରନ୍ତୁନି
Khabar Odisha:politics-odisha-Son-Of-Manohar-Parrikar-Writes-To-Sharad-Pawar-Over-His-Statement-About-Manohar-Parrikar
ନୂଆଦିଲ୍ଲୀ,ଏପ୍ରିଲ ୧୫(ଖବର ଓଡ଼ିଶା):

ବିଜେପିର ଦିବଙ୍ଗତ ନେତା ତଥା ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ଉପରେ ଶରଦ ପାୱାରଙ୍କ ଟିପ୍ପଣୀକୁ ନେଇ ଜବାବ ଦେଇଛନ୍ତି ପାରିକରଙ୍କ ପୁଅ । ଶରଦ ପାୱାରଙ୍କୁ ଚିଠି ଲେଖି ଏହାର ଜବାବ ଦେଇଛନ୍ତି ପାରିକରଙ୍କ ପୁଅ । ପାରିକରଙ୍କ ପୁଅ ଉତ୍ପଳ ପାରିକର ଚିଠି ଲେଖି କହିଛନ୍ତି ଯେ ରାଜନୈତିକ ଲାଭ ଉଠାଇବା ପାଇଁ ମୋର ବାପାଙ୍କ ନାଁକୁ ବ୍ୟବହାର କରୁଛନ୍ତି, ମୋ ବାପାଙ୍କ ନାଁ ନେଇ ମିଛ କହୁନ୍ତୁ ନାହିଁ । ସୂଚନାଯୋଗ୍ୟ ଯେ ଶରଦ ପାୱାର କହିଥିଲେ ଯେ ମନୋହର ପାରିବତ ରାଫେଲ ଡିଲକୁ ନେଇ ସହମତି ନଥିଲେ, ଏଥିପାଇଁ ସେ ରକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । 

ଏହି ମାମଲରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ପରାମର୍ଶ ଦେଇ ଉତ୍ପଲ ଚିଠିରେ ଲେଖିଛନ୍ତି ଯେ, ମୋ ବାପାଙ୍କ ନାଁକୁ ବ୍ୟବହାର କରି ମିଛି ପ୍ରଚାର କରି ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଠା କରୁଛନ୍ତି ଯାହାକି ଦୁର୍ଭାଗ୍ୟପୂର୍ଣ୍ଣ କଥା । ଆପଣଙ୍କୁ ନିବେଦନ କରୁଛି ଯେ ଏପରି ଆଚରଣ ବନ୍ଦ କରନ୍ତୁ । ଏହା ସହ ସେ କହିଛନ୍ତି ଯେ ଶରଦ ପାୱାରଙ୍କ ବୟାନ ମୋତେ ଏବଂ ମୋର ପରିବାରକୁ ଦୁଖ ପହଞ୍ଚାଇଛି । 

Subscribe

National International State Sports Entertainment