Home >
କଟକ ବିଜେଡିରେ ଟିକେଟ୍ ଦ୍ୱନ୍ଦ, ଦଳ ଛାଡିବେ ବିଜେଡିରେ ହେଭିୱେଟ
Khabar Odisha:political-state-ticket-puzzel-at-cuttack-bjd-party
କଟକ, 15 ମାର୍ଚ୍ଚ (ଖବର ଓଡିଶା)-

ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହୋଇପଡୁଛି କଟକ ଜିଲ୍ଲା ବିଜେଡି ରାଜନୀତି  । କିଏ କେଉଁ ଆସନରୁ ଟିକେଟ୍ ପାଇବ ଏହାକୁ ନେଇ ବିଜେଡି କର୍ମୀମାନେ ସନ୍ଦିହାନୀ ହୋଇପଡିଛନ୍ତି  । ଦଳର ଅଧିକାଂଶ ବିଧାୟକଙ୍କ ନାଁରେ ବିଭିନ୍ନ ପ୍ରକାର ଅଭିଯୋଗ ଆସିବା ପରେ ଦଳର ଛବି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ମଳିନ ପଡିଛି  । ଦଳ ଏଠି ନିଜର ଛବି ସୁଧାରିବା ପାଇଁ ନୂଆ ମୁହଁ ଦେବାପାଇଁ ପ୍ରୟାସ ଆରମ୍ଭ କରିଛି  । ଏପରି ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ଆଠଗଡର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ।

ଉଭୟ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିର ଗୋଷ୍ଠି କନ୍ଦଳ ଉଗ୍ର ରୂପ ଧାରଣ କରିଥିବା ବେଳେ ଏଠି କିଏ ଟିକେଟ ପାଇବ ତାହାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି  । ଏପରିକି ଏହି ଦୁଇ ଆସନରୁ ଟିକେଟ ପାଇବା ପାଇଁ ଏକାଧିକ ନେତା ଆବଦେନ କରିଥିବା ବେଳେ ସେମାନଙ୍କ ଡେରା ଏବେ ନବୀନ ନିବାସରେ ପଡିଛି  । ଏପରିକି ଦଳର କିଛି ନେତାଙ୍କୁ ସେଠାରେ କାମ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିବା ଏବେ କଟକ ଜିଲ୍ଲା ବିଜେଡିରେ ଆଲୋଚନା ହେଉଛି  । ଏପରିକି ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଦଳ ନୂଆ ମୁହଁ ଦେବାପାଇଁ ପ୍ରାର୍ଥୀ ଖୋଜୁଥିବା ଚର୍ଚ୍ଚା ହେଉଛି  । ଏପରି ସ୍ଥିତିରେ କିଏ ଟିକେଟ ପାଇବ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିଥିବା ବେଳେ ଏହାକୁ ନେଇ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି  । ସେପଟେ ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାର କିଛି ବରିଷ୍ଠ ନେତା ଅନ୍ୟ ଦଳରେ ମିଶିବା ପାଇଁ ଯୋଗାଯୋଗରେ ରହିଥିବା ଏବେ କଟକ ବିଜେଡିରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି  ।

Subscribe

National International State Sports Entertainment