Home >
ନବୀନଙ୍କ ଉପରେ ବର୍ଷିଲେ ଦାମ ରାଉତ
Khabar Odisha:political-state-odisha-dama-rout-target-naveen-pattanaik
ଭୁବନେଶ୍ୱର, ମାର୍ଚ୍ଚ ୧୫(ଖବର ଓଡ଼ିଶା):

 ସାଧାରଣ ନିର୍ବାଚନ ଅତି ନିକଟରେ ରହିଛି । ବରିଷ୍ଟ ନେତା ଦାମଦୋର ରାଉତ ଗତକାଲି ନୂଆଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେବା ପରେ ଆଜି ଫେରିଛନ୍ତି । ସେଠାରୁ ଆସି ଭୁବନେଶ୍ୱରରେ ପହଂଚିବା ପରେ ଦାମ ରାଉତ ବିମାନବନ୍ଦରରେ ପୁଣି ନବୀନଙ୍କ ଉପରେ ବର୍ଷିଛନ୍ତି ।

ବରିଷ୍ଟ ନେତା ଦାମଦୋର ରାଉତ ନୂଆଦିଲ୍ଲୀ ଯାଇ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି । ଆଜି ସେ ନୂଆଦିଲ୍ଳୀରୁ ଆସି ଭୁବନେଶ୍ୱରରେ ପହଂଚିବା ପରେ ବିମାନବନ୍ଦରରେ ପୁଣି ନବୀନଙ୍କ ଉପରେ ବର୍ଷିଛନ୍ତି । ନବୀନ ସରକାରର ଅବସାନ ଘଟାଇବା ତାଙ୍କର ଏହି ପ୍ରୟାସ ବୋଲି ସେ କହିଛନ୍ତି । ବିଜେପି ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନିତି ,ଅପଶାସନରୁ ମୁକ୍ତି ପାଇବେ  । ଏବଂ ତାଙ୍କର  ବିଶ୍ୱାସ ଯେ ଓଡ଼ିଶା ଲୋକମାନେ ତାଙ୍କ ସହ ମିଶି ଏହି ଭ୍ରଷ୍ଟାଚାରୀଙ୍କୁ ହଟାଇବେ ବୋଲି ସେ ମତ ବ୍ୟକ୍ତ କରିଛନ୍ତି । 

Subscribe

National International State Sports Entertainment