Home >
ଲକ୍ଷ୍ନୌରେ ରୋଡ ସୋ କରି ନାମାଙ୍କନ ପତ୍ର ଦାଖଲ କଲେ ରାଜନାଥ ସିଂହ
Khabar Odisha:political-national-odisha-lok-sabha-chunav-lucknow-lok-sabha-sp-bsp-coalition-and-congress-still-undecided-on-candidate-against-rajnath-singh
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡିଶା) :

 କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ ଲକ୍ଷ୍ନୌରୁ ବିଜେପି ଆଶାୟୀ ଥିବା ରାଜନାଥ ସିଂହ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ସୋ କରିଥିଲେ । କିନ୍ତୁ ଏହି ରାଲିରେ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ନାହାଁନ୍ତି । ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଂଟିଆ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସହିତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି । 

ରାଜନାଥ ସିଂହ କୋସଳ କିଶୋର ଦଳ କାର୍ଯ୍ୟାଳୟରୁ ରୋଡ ସୋ ଆରମ୍ଭ କରି କଲେକ୍ଟ୍ରେଟରେ ପହଂଚିଥିଲେ । ଏହି ସମୟରେ ରାସ୍ତାରେ ଥିବା ହନିମାନ ମନ୍ଦିରରେ ରାଜନାଥ ଆର୍ଶୀବାଦ ନେଇ ଯାଇଥିଲେ । ରୋଡ ସୋକୁ ଦୃଷ୍ଟିରେ ରଖି ଟ୍ରାଫିକ ଡିଭିଜନ କରାଯାଇଛି । ଲକ୍ଷ୍ନୌ ଆସନରେ ବିଜେପି ପାଖାପାଖି ଦୁଇ ଦଶକ ପର୍ଯ୍ୟନ୍ତ କବ୍ଚା କରି ବସିଥିଲା । ଏହି ଆସନରୁ ପୁଣି ଥରେ ବିଜେପି ରାଜନାଥଙ୍କୁ ମଇଦାନରେ ଓହ୍ଲାଇଛି । ୨୦୧୪ରେ ରାଜନାଥ ଏହିଠାରୁ ବହୁ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ । ତେବେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କଂଗ୍ରେସ କିମ୍ବା କୌଣସୀ ମହାମେଂଟର ସରକାର ଓହ୍ଲାଇ ନାହାଁନ୍ତି । ଲକ୍ଷ୍ନୌରେ ୫ମ ଚରଣ ମତଦାନ ହେବାକୁ ଯାଉଛି । ଏଥିପାଇଁ ନାମାଙ୍କନ ଭରିବା ପାଇଁ ଅପ୍ରେଲ ୧୮ ଅନ୍ତିମ ତାରିଖ ରଖାଯାଇଛି । 

Subscribe

National International State Sports Entertainment