Home >
ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ଲୋକ ଆତଙ୍କବାଦକୁ ସହାନୁଭୂତି ଦେଖାଉଛି: ମୋଦୀ
Khabar Odisha:national-political-odisha-those-who-sympathise-with-terror-are-opposing-article-370-in-jammu-and-kashmir
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

 ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୭୫ ଦିନ ଶେଷ ହୋଇଛି । ଏହି ୭୫ ଦିନରେ ସରକାର ବହୁ ବଡ ବଡ ପଦକ୍ଷେପ ନେଇଛନ୍ତି । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ତିନି ତଲାଖ ବିଲ ରହିଛି । କିଛି ଲୋକ ଏହାକୁ ବିରୋଧ ମଧ୍ୟ କରିଛନ୍ତି । ତେବେ ମୋଦୀଙ୍କ କହିବା ଅନୁଯାୟୀ, ଯେଉଁମାନେ ଆତଙ୍କବାଦ ପ୍ରତି ସହାନୁଭୂତି ରଖୁଛନ୍ତି ସେମାନେ ଏହାକୁ ବିରୋଧ କରିବେ । ଗଣମାଧ୍ୟମକୁ ଦେଉଥିବା ଏକ ସାକ୍ଷାତକାର ସମୟରେ ମୋଦୀ ଏଭଳି କହିଛନ୍ତି । 

ଏହି ସମୟରେ ମୋଦୀ କହିଛନ୍ତି କି, ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ଲୋକମାନଙ୍କ ତାଲିକା ଦେଖନ୍ତୁ, ସେମାନେ କେବଳ ନିଜର ସ୍ୱାର୍ଥ ଦେଖୁଛନ୍ତି । ସେମାନେ ରାଜନୈତିକ ପରିବାରରୁ ଆସିଛନ୍ତି । କିଛି ବିପକ୍ଷ ଲୋକ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି । ଏହି ନିଷ୍ପତ୍ତି ଦେଶର ମଙ୍ଗଳ ପାଇଁ ଥିଲା । ରାଜନୀତି ପାଇଁ ନୁହେଁ । ଯେଉଁ ନିଷ୍ପତ୍ତି ନେବା ପୂର୍ବରୁ ଅସମ୍ଭବ ଥିଲା ତାହାକୁ ଆମେ କାମରେ କରି ଦେଖାଇଛୁ । 

ମୋଦୀଙ୍କ ମୁତାବକ, ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଥିବା ସମୟରେ ଦେଶକୁ ବହୁ କ୍ଷତି ସହିବାକୁ ପଡିଥିଲା । ଏବେ ସମସ୍ତେ ଜାଣିଛନ୍ତି କି, ଧାରା ୩୭୦ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦେଶ ଠାରୁ ଅଲଗା କରି ରଖିଥିଲା । ଏଟାକାର ଲୋକ ୭୦ ବର୍ଷ ଧରି ବିକାଶ ଠାରୁ ଦୂରରେ ଥିଲେ । ତେବେ ଧାରା ୩୭୦ ଇତିହାସ ହେବା ପରେ ଘାଟିରେ ବିକାଶ ହେବ । କାଶ୍ମୀରର ଲୋକ ଲୋକତନ୍ତ୍ରକୁ ନେଇ ପ୍ରତିବଦ୍ଧ ଅଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ଏହା ଦେଖିବାକୁ ମିଳିଛି । ଗତ ବର୍ଷ ନଭେମ୍ବରରେ ଏଠାରେ ୩୫ହଜାର ସରପଞ୍ଚ ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ୭୪ ପ୍ରତିଶତ ଲୋକ ଭାଗ ନେଇଥିଲେ । ଏହି ସମୟରେ କୌଣସୀ ହିଂସା ହୋଇ ନଥିଲା । 

Subscribe

National International State Sports Entertainment