Home >
ଅନନ୍ତନାଗରେ ସୁରକ୍ଷା ବାହିନୀ ଉପରକୁ ଆତଙ୍କୀ ଆକ୍ରମଣ, ୫ ଯବାନ ଶହୀଦ
Khabar Odisha:national-odisha-terror-attack-on-crpf-jawans-in-kashmir
ଅନନ୍ତନାଗ, ଜୁନ ୧୨ (ଖବର ଓଡିଶା) :

 ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପି ରୋଡରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଆକସ୍ମିକ ଭାବରେ ହୋଇଥିବା ଏହି ଆକ୍ରମଣ ପରେ ଉଭୟ ପକ୍ଷରୁ ଏବେ ଗୁଳି ବିନିମୟ ଜାରୀ ରହିଛି । ଏହି ଆକ୍ରମଣରେ ସିଆରପିଏଫର  ଜଣ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଏତଦ୍ ବ୍ୟତୀତ ଅନନ୍ତନାଗର ଏସଏଚଓ ମଧ୍ୟ ଆହତ ହୋଇଛନ୍ତି । 

ସୂଚନା ମୁତାବକ, ଅନନ୍ତନାଗର କେପି ରୋଡରେ ଆକସ୍ମିକ ଭାବରେ ସୁରକ୍ଷା ବାହିନୀର ଏକ ଟିମ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ଏସଏଚଓ ସମେତ ତିନି ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ସ୍ଥିତିକୁ ଆୟତ କରିବା ପାଇଁ ଏବଂ ପୁଲିସ ଏକ ଟିମ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । 

Subscribe

National International State Sports Entertainment