Home >
ପାକିସ୍ତାନ ଠାରୁ ପ୍ରତିଶୋଧ ନେବାର ଅଛି, ମୋତେ ପାସ୍ କରି ଦିଅନ୍ତୁ
Khabar Odisha:national-odisha-students-wrote-funny-answers-and-asks-for-free-numbers-in-exam-tedu
ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡିଶା) :

 ପରୀକ୍ଷାରେ ପିଲାମାନେ ପ୍ରାୟତଃ ବିଭିନ୍ନ ଉକ୍ତି ଲେଖିଥିବା ଦେଖିବାକୁ ମିଳେ । ପାସ୍ କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ମାର୍କ ଦେବା ପାଇଁ ନିବେଦନ କରୁଥିବା ମଧ୍ୟ ଆପଣ ଜାଣିଥିବେ । ତେବେ ଏହି ଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତର ପ୍ରଦେଶରେ । ସେଠାରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶେଷ ହୋଇ କପି ଚେକ୍ କରିବା କାମ ଆରମ୍ଭ ହୋଇ ଗଲାଣି । ପ୍ରତି ବର୍ଷ ଭଳି ଏଥର ମଧ୍ୟ ପିଲାମାନେ ପ୍ରଶ୍ନର ଉତର ଦେବା ସହ କିଛି ଖାସ୍ ଉତର ଦେଇଛନ୍ତି । 

ସୂଚନାଯୋଗ୍ୟ, ଜଣେ ଛାତ୍ର ନିଜ କପିରେ ଲେଖିଛନ୍ତି କି, ସାର୍ ମୋ ମାମୁଁ ସେନାରେ ଅଛନ୍ତି । ସେ ସହିଦ ହୋଇଯାଇଛନ୍ତି । ପାକିସ୍ତାନ ଠାରୁ ତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାର ଅଛି । ଏଥିପାଇଁ ମୋତେ ପାସ୍ କରି ଦିଅନ୍ତୁ । ସେହି ଭଳି ଆନ୍ୟ ଜଣେ ଛାତ୍ର ଲେଖିଛନ୍ତି, ଗୁରୁଜୀ ପାସ୍ କରି ଦିଅନ୍ତୁ । ନଚେତ୍ ଆପଣଙ୍କୁ ଭଗବାନ୍ କେବେ କ୍ଷମା କରିବେ ନାହିଁ । ତେବେ ବହୁ ଛାତ୍ର ଉତର ନଜାଣିଥିବା କାରଣରୁ ପୁଣି ଥରେ ପ୍ରଶ୍ନ ମଧ୍ୟ ଉତାରି ଥାନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମଧ୍ୟ ଛାତ୍ରମାନେ ଏଭଳି କରିଛନ୍ତି । 

ମୁଁ ପୂଜାକୁ ପ୍ରେମ କରୁଛି । ଏହି ପ୍ରେମ କଣ କେଜାଣି ନା ବଂଚିବାକୁ ଦେଉଛି ନା ମରିବାକୁ ଦେଉଛି । ଏହି ଲଭଷ୍ଟୋରୀ ମୋତେ ପାଠ ଠାରୁ ଦୂର କରି ଦେଇଛି । ବୋଲି ଜଣେ ଛାତ୍ର ଉତର ସ୍ଥାନରେ ଲେଖିଛନ୍ତି । ତେବେ ଜଣେ ଛାତ୍ର ନିଜ ଗରୀବାବସ୍ଥାକୁ ନେଇ ଲେଖିଛନ୍ତି କି, ସାର୍ ମୁଁ ବହୁତ ଗରୀବ । କପଡା ସିଲେଇ ମୁଁ ଟଙ୍କା ଉପାର୍ଜନ କରୁଛି । ମୋ ପାଖରେ ପଢିବା ପାଇଁ ବହି ନାହିଁ । ମୋତେ ଅନ୍ୟମାନଙ୍କ ବହିରୁ ପଢିବାକୁ ପଡେ । ତେଣୁ ମୋତେ ପାସ୍ କରି ଦିଅନ୍ତୁ । ସେହି ଭଳି ଏକ କପିରେ ଜଣେ ଛାତ୍ର ୫୦୦ ଟଙ୍କା ମଧ୍ୟ ରଖି ଶିକ୍ଷକଙ୍କୁ ଲୋଭ ଦେଖାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଜଣେ ଛାତ୍ର ଫେଲ କଲେ ଆତ୍ମହତ୍ୟା କରିବାକୁ ମଦ୍ୟ ଧମକ ଦେଇଥିଲେ । ଏହି ଭଳି ବିଭିନ୍ନ ଉପାୟରେ ଛତ୍ରାମାନେ ପରୀକ୍ଷା କପିରେ ନିବେଦନ କରିଥିବା ଚଳିତ ବର୍ଷ ଦେଖାଯାଇଛି । 

Subscribe

National International State Sports Entertainment