Home >
ମୈନପୁରୀରେ ନିଜର ପରମ ଶତ୍ରୁ ମୁଲାୟମ ସିଂହଙ୍କ ପାଇଁ ରାଲି କରିବେ ମାୟାବତୀ
Khabar Odisha:national-odisha-mulayam-singh-yadav-not-happy-on-campaigning-by-mayawati-in-mainpuri
ଲକ୍ଷ୍ନୌ, ମାର୍ଚ୍ଚ ୧୬ (ଖବର ଓଡିଶା) :

 ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଅପ୍ରେଲ ୧୯ରେ ମାୟାବତୀ ମୈନପୁରୀରେ ରାଲି କରିବେ । ମୈନପୁରୀରୁ ମୁଲାୟମ ସିଂହ ଯାଦବ ପ୍ରତ୍ୟାଶୀ ଭାବରେ ଓହ୍ଲାଇଛନ୍ତି । ଯଦି ଏଭଳି ହୁଏ ତେବେ ଦୁଇ ଦଶକ ପରେ ଏହି ଦୁଇ ନେତା ଗୋଟିଏ ମଂଚରେ ଠିଆହେବେ । ନିର୍ବାଚନ ଜିତିବା ପାଇଁ ବିପକ୍ଷମାନେ ବହୁ ଯୋଜନା କରୁଛନ୍ତି । ଏହି ମଧ୍ୟରେ ମହାମେଂଟ କରିଥିବା ସପା ମୁଖ୍ୟ ଅଖିଳେଶ ଯାଦବ, ବିଏସପି ସୁପ୍ରିମୋ ମାୟାବତୀ ଏବଂ ରାଲୋଦ ପ୍ରମୁଖ ଚୌଧୁରୀ ଅଜିତ ସିଂହ ଉତର ପ୍ରଦେଶେô ୧୧ଟି ରାଲି କରିବେ । ଅପ୍ରେଲ ୭ରୁ ଦେବବନ୍ଧରୁ ଏହାର ଶୁଭାରମ୍ଭ କରାଯିବ ଏବଂ ଅଣ୍ତିମ ରାଲି ମଇ ୧୬ରେ ବାରଣାସୀରେ କରାଯିବ । 

ଏହି ରାଲିରେ ସଂପୃକ୍ତ ଲୋକସଭା ଆସନର ପ୍ରତ୍ୟାଶୀ, କର୍ମକର୍ତାମାନେ ଉପସ୍ଥିତ ରହିବେ । ନିର୍ବାଚନ ପ୍ରଚାରରେ ଏହି ତିନି ଦଳର ନେତାଙ୍କର ମୁଖ ଏବଂ ଚିହ୍ନ ପ୍ରକାଶ ପାଇବ । ତେବେ ସବୁଠାରୁ ଖାସ୍ କଥା ଏହିକି ଯେ, ବିଏସପି ସୁପ୍ରିମ ନିଜର ପରମ ଶତ୍ରୁ ମୁଲାୟମ ସିଂହ ଯାଦବଙ୍କ ପାଇଁ ଭୋଟ ମାଗିବାକୁ ଯାଉଛନ୍ତି । ଏହାକୁ ନେଇ ମୁଲାୟମ ଅସନ୍ତୋଷ ରହିଛନ୍ତି, କିନ୍ତୁ ମାୟାବତୀ ମୁଲାୟମଙ୍କ ପାଇଁ କେଉଁ ଢଙ୍ଗରେ ଭୋଟ ମାଗିବା ତାହା ଦେଖିବା ପାଇଁ ଅପେକ୍ଷା ରହିଛି । 

ସେହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡରେ ଗୋରଖପୁରରେ ମାୟାବତୀ, ଅଖିଳେଶ ଏବଂ ଅଜିତ ସିଂହ ମଇ ୧୩ରେ ରାଲି କରିବେ । ଏଥିରେ ଗୋରଖପୁର, ମହାରାଜାଗଞ୍ଜ, ଏବଂ କୁଶୀନଗର ଲୋକସଭାର କାର୍ଯ୍ୟକର୍ତାମାନେ ସାମିଲ ରହିବେ । ଏତଦ୍ ବ୍ୟତୀତ ଅନ୍ତିମ ରାଲି ମାଇ ୧୬ରେ ବାରଣାସୀର ଚନ୍ଦୌଲୀ, ମିର୍ଜାପୁର, ରର୍ବଟସଗଞ୍ଜରେ କରାଯିବ । 

Subscribe

National International State Sports Entertainment