Home >
ଲୋକସଭା ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦୀ, ଆରମ୍ଭ ହେଲା “ମୁଁ ବି ଚୌକିଦାର” ଅଭିଯାନ
Khabar Odisha:national-odisha-lok-sabha-elections-2019-narendra-modi-launching-mai-bhi-chowkidar-campaign
ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନିର୍ବାଚନକୁ ନେଇ ସଜବାଜ ହେଲେଣି । ଏହି ଅବସରରେ ସେ ମୁଁ ବି ଚୌକିଦାର ଅଭିଯାନ ଆରମ୍ଭ କରିଛନ୍ତି । ମୋଦୀ ଏକ ଭିଡିଓ ଟ୍ୱିଟ କରିଛନ୍ତି । ଚୌକିଦାର ଅଭିଯାନ ସହ ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଅଭିଯାନ ଆରମ୍ଭ କରିବ ବୋଲି ଏହି ଭିଡିଓରେ ସେ କହିଛନ୍ତି । ଏହି ଅଭିଯାନ ମାଧ୍ୟମରେ ମୋଦୀ ମାର୍ଚ୍ଚ ୩୧ରେ ଦେଶବାସୀଙ୍କ ସହ ବାର୍ତାଳାପ କରିବେ । କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ଏହି ଭିଡିଓରେ କୁହାଯାଇଛି । ଏତଦ୍ ବ୍ୟତୀତ ଭିଡିଓର ଶେଷରେ ମାର୍ଚ୍ଚ ୩୧ ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଡି ହେବା ପାଇଁ ଆହ୍ୱାନ ଦିଆଯାଇଛି । 

ଆପଣଙ୍କର ଚୌକିଦାର ଦୃଢ ଭାବରେ ରାଷ୍ଟ୍ର ସେବା କରିବ । ଭ୍ରଷ୍ଟାଚାର, ମଇଳା, ସାମାଜିକ ବ୍ୟାଧି ବିରୁଧରେ ଲଢୁଥିବା ପ୍ରତି ବ୍ୟକ୍ତି ଜଣେ ଜଣେ ଚୌକିଦାର । ଭାରତର ପ୍ରଗତି ପାଇଁ ନିଷ୍ଠାପର ଭାବରେ କାମ କରୁଥିବା ପ୍ରତି ବ୍ୟକ୍ତି ଚୌକିଦାର । ଆଜି ପ୍ରତି ଭାରତୀୟ ମୁଁ ଜଣେ ଚୌକିଦାର ବୋଲି ମୋଦୀ ଟ୍ୱିଟ କରି କହିଛନ୍ତି ।  

Subscribe

National International State Sports Entertainment