Home >
ନବଜୋତ ସିଂହ ସିଦ୍ଧୁଙ୍କ ବିବାଦୀୟ ବୟାନ, ମୁସଲମାନଙ୍କୁ ଧର୍ମ ନାମରେ ମାଗନ୍ତୁ ଭୋଟ
Khabar Odisha:national-odisha-katihar-navjot-singh-siddhu-delivers-controversial-statement-during-election-campaigning-in-bihar
ନୂଆଦିଲ୍ଲୀ, ଅପ୍ରେଲ ୧୬ (ଖବର ଓଡିଶା) :

ପୂର୍ବତନ କ୍ରିକେଟର ତଥା ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାନ୍ତି । ଏବେ ପୁଣି ଥରେ ସେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ବିହାରର କଟିହାରରେ ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ସିଦ୍ଧୁ ମୁସଲମାନ ସମୁଦାୟଙ୍କୁ ଏକଜୁଟ ଦେଖାଇବା ପାଇଁ କହିଛନ୍ତି । ସିଦ୍ଧୁ କହିଛନ୍ତି ଆପଣ ଏଠାରେ ଅଳ୍ପସଂଖ୍ୟକ ହୋଇ ମଧ୍ୟ ବହୁ ସଂଖ୍ୟକ । 

ସିଦ୍ଧୁ କଟିହାର ସଂସଦୀୟ କ୍ଷେତ୍ର ବଳରାମପୁର ବିଧାନସଭାର ବାରସୋଇ ପ୍ରଖଣ୍ଡର ଉଚ୍ଚ ବିଦ୍ୟାଳୟ ଢଠା ମଇଦାନରେ ଏକ ନିର୍ବାଚନୀ ସଭାରେ ସମ୍ବୋନ୍ଧିତ କରିଛନ୍ତି । ଭାହଣ ସମୟରେ ସେ କହିଛନ୍ତି, ଏଠାରେ ଆପଣଙ୍କ ଜନସଂଖ୍ୟା ୬୪ ପ୍ରତିଶତ । ଏଠାକାର ମୁସଲମାନ ଆମ ପଗଡି । ଯଦି ଆପଣଙ୍କୁ କୌଣସୀ ସମସ୍ୟା ହୁଏ ତେବେ ଆପଣମାନେ ମୋତେ ମନେ ପକାଇ ପାରିବେ । ମୁଁ ପଞ୍ଜାବରେ ଆପଣଙ୍କ ସାଥ ଦେବି । 

ସିଦ୍ଧୁ ଏହି ସମୟରେ ବିରୋଧୀଙ୍କୁ ଆକ୍ରମଣ କରି କହିଛନ୍ତି କି, ଏମାନେ ଆପଣଙ୍କ ମଧ୍ୟରେ ଭାଗ ବାଂଟୁଛନ୍ତି । ଓବୈସୀଙ୍କ ଭଳି ଲୋକଙ୍କୁ ଆଣି ନୂଆ ଦଳ କରି ଭୋଟ ବାଂଟିବାକୁ ଚେଷ୍ଟା କରୁଛନ୍ତି । ଯଦି ଆପଣ ୬୪ ପ୍ରତିଶତ ଏକଜୁଟ ହେବେ ତେବେ ଆପଣଙ୍କର ଶକ୍ତି ପ୍ରଦର୍ଶିତ ହୋଇ ପାରିବ । ଏଥର ନିର୍ବାଚନରେ ଏବଳି ଛକା ମାରନ୍ତୁ ଯେପରି ମୋଦୀ ପଡିଆରୁ ବାହାରକୁ ହୋଇଯିବେ । 

Subscribe

National International State Sports Entertainment