Home >
ମସୁଦ ମାମଲାରେ ନିଷ୍ପତି ପାଇଁ ସମୟ ଦରକାର : ଚୀନ
Khabar Odisha:national-odisha-india-said-we-will-show-patience-on-designating-masood-azhar-as-global-terrorist
ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡିଶା) :

 ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବୈଶ୍ୱିକ ଆତଙ୍କବାଦୀ ଗୋଷଣା କରିବା ମାମଲାରେ ଚୀନ ଭିଟୋ ପାୱାର ବ୍ୟବହାର କରି ବାଧା ସୃଷ୍ଟି କରିଥିଲା । ଏବେ ଚୀନର କହିବା ଅନୁଯାୟୀ, ସମସ୍ତଙ୍କୁ ମଞ୍ଜୁର ହେଲା ଭଳି ନିଷ୍ପତି ନେବା ପାଇଁ ତାକୁ କିଛି ସମୟ ଆବଶ୍ୟକ । ତେବେ ଏହି ମାମଲାରେ ଭାରତ ନିଜ ସଂଯମତା ପ୍ରଦର୍ଶନ କରିବ । ଭାରତ ନିକଟରେ ଏବେ ୧୪ ସଦସ୍ୟଙ୍କ ସମର୍ଥନ ରହିଛି । 

ସୂଚନାଯୋଗ୍ୟ, ଭାରତ ଚୀନର ପଦକ୍ଷପ ଦ୍ୱାରା ଅସନ୍ତୁଷ୍ଟ ଅଛି । ଭାରତ କହିବା ଅନୁଯାୟୀ, ସେ ପାରୁ ପର୍ଯ୍ୟନ୍ତ ନିଜର ଧୈର୍ଯ୍ୟ ରଖିବ । ତେବେ ଭାରତ ମସୁଦକୁ ଆତଙ୍କବାଦୀ ଘୋଷଣା କରିବା ଚାରିପଟୁ ଚାପ ପ୍ରୟୋଗ କରୁଛି । ସେହି ସମୟରେ ଆମେରିକା, ଫ୍ରାନ୍ସ, ବ୍ରିଟେନ ଚୀନର ଭିଟୋ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବଇକୁ ପ୍ରସ୍ତୁତ ହେଉଛନ୍ତି । ମସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସୂଚିବଦ୍ଧ କରାଯିବ ବୋଲି ଭାରତ ଆଶାବାଦୀ ହୋଇ ରହିଛି । ଏଭଳି ବହୁ ମାମଲା ରହିଛି ଯାହାକୁ ଚୀନ ପାକିସ୍ତାନ ସହ ବୁଝାମଣା କରିବାର ରହିଛି । ଆମେରିକା ଭାରତର ସମର୍ଥନରେ ରହିଛି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଅନୁଯାୟୀ, ଭାରତ ଅସ୍ତ୍ରଶସ୍ତ୍ରକୁ ନେଇ ନିଜର ଚିନ୍ତା ଜାହିର କରିଛି । ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଏହି ମାମଲାକୁ ନେଇ ଲଗାତର ଭାବରେ ଚୀନ ସହ ବାର୍ତାଳାପ କରୁଛନ୍ତି ।

Subscribe

National International State Sports Entertainment