Home >
ମସୁଦକୁ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗ : ଚୀନ ସମର୍ଥନ ନକଲେ ମଧ୍ୟ କରାଯାଇ ପାରିବ ଏହି ବିକଳ୍ପ
Khabar Odisha:national-odisha-despite-china-veto-against-jem-masood-azhar-can-be-declared-international-terrorist
ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡିଶା) :

ପାକିସ୍ତାନ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରାଯିବାକୁ ନେଇ ଚୀନ ଚତୁର୍ଥ ଥର ପାଇଁ ବାଧା ସୃଷ୍ଟି କରିଛି । ଏହା ଦ୍ୱାରା ସଂଯୁକ୍ତ ରାଷ୍ଟ୍ର ପରିଷଦର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ଚୀନ ଏହି ଭଳି ଭାବରେ ବାଧା ସୃଷ୍ଟି କରେ ତେବେ ସୁରକ୍ଷା ପରିଷଦ ଅନ୍ୟ ବିକଳ୍ପ ବାହାର କରିବ ବୋଲି ସୂଚନା ମିଳିଛି । 

ଜଣେ ରାଜନେତାଙ୍କ କହିବା ଅନୁଯାୟୀ, ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ମସୁଦ ବିରୋଧରେ ଅନ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେଷ୍ଟା କରୁଛନ୍ତି । ପାକିସ୍ତାନରେ ଆତଙ୍କବାଦୀମାନେ ନିଜ କାୟା ବିସ୍ତାର କରିବାରେ ଚୀନ ସାହାଯ୍ୟ କରୁଛି । ଆମେରିକା କଂଗ୍ରେସର ସଦସ୍ୟ ବ୍ରେଡ ଶେରମ୍ୟାନ ଚୀନର ଏଭଳି କତୃତ୍ୱକୁ ନିନ୍ଦା କରିଛନ୍ତି । ମସୁଦ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେ ଚୀନକୁ ନିବେଦନ କରିଛନ୍ତି । ସେହି ସମୟରେ ଚୀନର ଏଭଳି ପଦକ୍ଷେପ ଦ୍ୱାରା ଭାରତ ନିରାଶ ହୋଇଛି । 

ଚୀନ ୨୦୦୯, ୨୦୧୬ ଏବଂ ୨୦୧୭ରେ ମସୁଦକୁ ବଂଚାଇବା ପାଇଁ ଭିଟୋର ବ୍ୟବହାର କରିଥିଲା । ପୁଲୱାମା ଆକ୍ରମଣ ପରେ ଆମେରିକା, ଫ୍ରାନ୍ସ, ଏବଂ ବ୍ରିଟେନ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ସୁରକ୍ଷା ପରିଷଦରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । କିନ୍ତୁ ଚୀନକୁ ଛାଡି ଅନ୍ୟ ସମସ୍ତ ରାଷ୍ଟ୍ର ଏହାକୁ ସମର୍ଥନ କରିଛନ୍ତି । ତେଣୁ ଚୀନର ଏଭଳି କାର୍ଯ୍ୟକଳାପ ଦ୍ୱାରା ଅନ୍ୟ ରାଷ୍ଟ୍ରମାନେ ଅନ୍ୟ କୌଣସୀ ବିକଳ୍ପ ବାହାର କରିବା ପାଇଁ ନିଷ୍ପତି ନେଇଛନ୍ତି । 

ଚୀନ ସମର୍ଥନ ନକଲେ ମଧ୍ୟ ଘୋଷିତ ହୋଇପାରିବ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ

ୟୁଏନ ଚାର୍ଟର ଅନୁଚ୍ଛେଦ ୨୭ ଆଧାରରେ ନିଷ୍ପତି ନିଆଯାଇ ପାରିବ । 

ଅଫରମେଟିଭ ଭୋଟିଙ୍ଗ ମାଧ୍ୟମରେ ସଦସ୍ୟ ଦେଶ ନିର୍ଣ୍ଣୟ ନେଇ ପାରନ୍ତି । 

୧୫ରୁ ୯ ସଦସ୍ୟ ସାଥ ଦେଲେ ଚୀନର ଆଧିପତ୍ୟ ଶେଷ ହୋଇଯିବ । 

Subscribe

National International State Sports Entertainment