Home >
ଅଯୋଧ୍ୟା ମାମଲା: ଜମିର ମାଲିକାନା ପ୍ରମାଣ ପତ୍ର ମାଗିଲେ ସୁପ୍ରିମକୋର୍ଟ
Khabar Odisha:national-odisha-ayodhya-hearing-in-case-has-started-in-supreme-court-it-is-hearing-matter-on-day-to-day-basis
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା) :

ଅଯୋଧ୍ୟା ପ୍ରସଙ୍ଗରେ ମଧ୍ୟସ୍ଥତା କରି ସମାଧାନ କରିବାକୁ ବିଫଳ ହେବାପରେ ଅଗଷ୍ଟ ୬ରୁ ସୁପ୍ରିମକୋର୍ଟରେ ଏହି ମାମଲା ନିୟମିତ ଶୁଣାଣୀ ହେବ ବୋଲି ନିର୍ଦ୍ଧାରିତ କରାଯାଇଥିଲା । ତେବେ ଆଜି ଏନେଇ ଅଦାଲତରେ ଶୁଣାଣୀ କରାଯାଇଛି । ଏହି ସମୟରେ ବହୁ ତଥ୍ୟ ପର୍ଦ୍ଦାଫାସ୍ ହୋଇଛି । ଆଜି ପଞ୍ଚମ ଦିନର ଶୁଣାଣୀ ସମୟରେ ରାମଲଲା ବିରାଜମାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ପରାସରନ ଯୁକ୍ତି ବାଢିଥିଲେ । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣୀ କରୁଛନ୍ତି । 

ଶୁଣାଣୀ ସମୟରେ ଜଷ୍ଟିସ୍ ଚନ୍ଦ୍ରଚୂଡ ରାମଲଲା ବିରାଜମାନଙ୍କ ଠାରୁ ଜମିରେ ମାଲିକାନା ଥିବା ପ୍ରମାଣପତ୍ର ମାଗିଛନ୍ତି । ଯାହା ଫଳରେ ରାମଲଲା ବିରାଜମାନଙ୍କ ତରଫରୁ ବରିଷ୍ଠ ଓକିଲ ପରାସରନ କହିଛନ୍ତି କି, ପୂର୍ଣ୍ଣ ନ୍ୟାୟ କରିବା ସୁପ୍ରିମକୋର୍ଟଙ୍କର ବିଶିଷ୍ଟ କ୍ଷେତ୍ରାଧୀକାରରେ ଆସୁଛି । ମସଜିଦ ପୂର୍ବରୁ ମନ୍ଦିର ଥିଲା । ଏହି ସମ୍ବନ୍ଧିତ ପ୍ରମାଣ ଆମେ କୋର୍ଟ ସମକ୍ଷରେ ରଖିବୁ । 

ଏହି ସମୟରେ ବୈଦ୍ୟନାଥନ କହିଛନ୍ତି କି, ଯଦି ସେହି ସ୍ଥାନରେ ଆସ୍ଥା ଥିବ ତେବେ ସେଠାରେ ଭଗବାନ ବସନ୍ତି । ଲୋକମାନଙ୍କର ଆସ୍ଥା ରହିଛି କି, ଭଗବାନ ରାମ, ଲକ୍ଷ୍ଣଣ ଏବଂ ସୀତା ବନବାସ ଯିବା ସମୟରେ ଏଠାରେ ରହିଥିଲେ । ଏହି ସମୟରେ ଓକିଲ କହିଛନ୍ତି କି, ୧୯୪୯ରେ ମୂର୍ତ୍ତି ରଖାଯିବା ପୂର୍ବରୁ ଏହି ସ୍ଥାନ ହିନ୍ଦୁମାନଙ୍କ ପାଇଁ ପୂଜନୀୟ ଥିଲା । ହିନ୍ଦୁମାନେ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଆସୁଥିଲେ । କୌଣସୀ ସ୍ଥାନକୁ ପୂଜା କରିବା ପାଇଁ ମୂର୍ତ୍ତିର ଆବଶ୍ୟକତା ନାହିଁ । ଗଙ୍ଗା, ଗୋବର୍ଦ୍ଧନ ପର୍ବତର ସେ ଉଦାହରଣ ଦେଇଥିଲେ । 

ଏହାପୂର୍ବରୁ ଅଗଷ୍ଟ ୬ରେ ହୋଇଥିବା ଶୁଣାଣୀରେ ମୁସଲିମ ପକ୍ଷ ତରଫରୁ ପାଞ୍ଚ ଦିନିଆ ଶୁଣାଣୀକୁ ବିରୋଧ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଦାବୀକୁ ଖାରଜ କରିଥିଲେ । 

Subscribe

National International State Sports Entertainment