Home >
ସୁପ୍ରିମକୋର୍ଟଙ୍କ ରାୟଙ୍କୁ ଅଓ୍ଵେସୀଙ୍କ ତୀବ୍ର ବିରୋଧ, କହିଲେ ୫ ଏକରର ଭିକ ଆମକୁ ମଞ୍ଜୁର ନୁହଁ
Khabar Odisha:national-odisha-asaduddin-owaisis-statement-on-ayodhya-case-verdict
ହାଇଦ୍ରାବାଦ, ନଭେମ୍ବର୦୯(ଖବର ଓଡ଼ିଶା):

ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟକୁ ଏଆଇଏମଆଇଏମର ନେତା ଅସଦୁଦ୍ଦୀନ ଅବୈସୀ ତୀବ୍ର ବିରୋଧ କରିଛନ୍ତି। ରାୟ ଉପରେ ନିଜର ଅସନ୍ତୋଷ ବ୍ୟକ୍ତି କରି ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ରାୟ ଏହା ଯେ ଆମକୁ ମସଜିଦ ଲାଗି ଦିଆଯାଇଥିବା ୫ ଏକରର ଜମି ଅଫରକୁ ଅସ୍ଵୀକାର କରିବା ଉଚିତ୍। ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚିତ ଅଓ୍ଵେସୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ସର୍ବୋଚ୍ଚ ମାତ୍ର ନିର୍ଭୁଲ ନୁହଁ। ମୋର ପ୍ରଶ୍ନ ଏହା ଯେ, ୧୯୯୨ ଡିସେମ୍ବର ୬ରେ ଯଦି ମସଜିଦ ଧ୍ଵଂସ କରାଯାଇନଥାନ୍ତା ତେବେ କଣ ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଣ୍ଣୟ ହୋଇଥାନ୍ତା।

 ଅଓ୍ଵେସୀ କଡ଼ା ଶବ୍ଦରେ ବୟାନ ଦେଇ କହିଛନ୍ତି ଯେ, ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁ। ଯିଏ ବାବ୍ରି ମସଜିଦକୁ ସହିଦ କଲା କୋର୍ଟ ତାଙ୍କୁ ଟ୍ରଷ୍ଟ  କରିବାକୁ ଆଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଦେବା ନିଷ୍ପତ୍ତିକୁ ଖାରଜ କରି  ଅଓ୍ଵେସୀ କହିଛନ୍ତି ଯେ ଏହା ଆମ ସହିତ ଅନ୍ୟାୟ ହୋଇଛି।

ସେ କହିଛନ୍ତି ଯେ, ମୁସଲିମଙ୍କ ସହିତ ଅତ୍ୟାଚାର ହେଲା ଏହାକୁ କେହି ଅସ୍ଵୀକାର କରି ପାରିବେ ନାହିଁ। ମୁସଲମାନ ଏତେ ଗରିବ ନୁହଁ ଯେ ସେ ୫ ଏକର ଜମି କିଣି ପାରିବ ନାହିଁ। ଯଦି ମୁଁ ହାଇଦ୍ରାବାଦର ଜନତାଙ୍କୁ ଭିକ ମାଗିବି ତେବେ ୫ ଏକର ଜମି ମୋତେ ମିଳିଯିବ। ଆମେ କାହାକୁ ଭିକ ମାଗିବାର ଆବଶ୍ୟକତା ନାହିଁ।

ଆଗାମୀ ପିଢ଼ିଙ୍କୁ କହିବୁ ସେଠି ମସଜିଦ୍ ଥିଲା

କୋର୍ଟର ରାୟ ବିରୋଧରେ ଟିପ୍ପଣୀ କରି ଅବୈସୀ କହିଛନ୍ତି ଯେ, ମୋତେ ସୁପ୍ରିମକୋର୍ଟର ନିଷ୍ପତ୍ତିରେ ସନ୍ତୁଷ୍ଟ ହେବାର ଅଧିକାର ନାହିଁ। ସେ କହିଛନ୍ତି ଯେ, ଅବୈସୀଙ୍କ ପରେ ବି ଯେ ପର୍ଯ୍ୟନ୍ତ ଦୁନିଆ ଅସ୍ତିତ୍ଵ ଥିବ, ସେ ପର୍ଯ୍ୟନ୍ତ ଦେଶରେ ଆମେ ସମ୍ମାନର ସହର ବଞ୍ଚିବୁ। ଆମେ ନିଜର ସଂପ୍ରଦାୟର ଲୋକଙ୍କୁ ଜଣାଇବୁ ଯେ ୫୦୦ ବର୍ଷ ପୂର୍ବେ ଏଠାରେ ମସଜିଦ ଥିଲା, ମାତ୍ର ୧୯୯୨ ଡିସେମ୍ବର ୬ରେ ଧ୍ଵଂସ କରି ଦିଆଯାଇଥିଲା। ସଂଘ ପରିବାର କଂଗ୍ରେସ ଷଡ଼ଯନ୍ତ୍ରର ସାହାଯ୍ୟରେ ଏମିତି କରିଥିଲା। 

 ଅଓ୍ଵେସୀ କହିଛନ୍ତି ଯେ, ବିଜେପି ୧୯୮୯ରେ ପାଲମପୁରରେ ରାମ ମନ୍ଦିର ପ୍ରସ୍ତାବ ପାରିତ କରିଥିଲା। ଏବେ ଭୟ ଲାଗୁଛି ଯେ, ଅନେକ ସ୍ଥାନରେ ସଂଘ ପରିବାରର ଲୋକ ଦାବି କରିବେ ଯେ ଦେଶର ଅନେକ ସ୍ଥାନରେ ପୂର୍ବରୁ ମନ୍ଦିର ଥିଲା, ଆଜି ଯେଉଁଠି ମସଜିଦ୍ ରହିଛି। ମୁଁ ଭୟଭୀତ ଯେ କାଲି ସଂଘ  ପରିବାରର ଲୋକ କାଶୀ, ମଥୁରାକୁ ମଧ୍ୟ ପ୍ରସଙ୍ଗ କରିବେ।

Subscribe

National International State Sports Entertainment