Home >
ଆୟତ ହେଲା ଭାରତୀୟ ଜାହାଜରେ ଲାଗିଥିବା ନିଆଁ, ୧୬ ବୈଜ୍ଞାନିକ ଉଦ୍ଧାର
Khabar Odisha:national-boat-rescued-by-indian-cost-guard-in-bangalore
ବାଙ୍ଗାଲୋର, ମାର୍ଚ୍ଚ ୧୬(ଖବର ଓଡିଶା):

ଭାରତୀୟ ତଟ ସୁରକ୍ଷା ବଳର ଜାହାଜ ବିକ୍ରମ ଏବଂ ଶୁର ସାଗର ସମ୍ପଦ ନାମକ ଏକ ଜାହାଜରେ ଲାଗିଥିବା ନିଆଁକୁ ଆୟତ କରିଛନ୍ତି । ଏହି ଜାହାଜରେ ଚାଳକ ଦଳଙ୍କ ୩୦ ସଦସ୍ୟ ସମେତ ୧୬ଜଣ ବୈଜ୍ଞାନିକ ଉପସ୍ଥିତ ଥିଲେ । ଏହି ଘଟଣା କର୍ଣ୍ଣାଟକ ମାଙ୍ଗାଲୋର ଉପକୂଳରେ ଘଟିଥିଲା । 

ଜାହାଜରୁ ନିଆଁ ଲିଭାଯିବା ପରେ ବର୍ତମାନ ଏହାକୁ ମାଙ୍ଗାଲୋର ବନ୍ଦରକୁ ଅଣାଯାଇଛି । ଏନେଇ ଭାରତୀୟ ତଟ ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । 

  • Tags:

Subscribe

National International State Sports Entertainment