Home >
ଦିଲ୍ଲୀ: କାରୋଲ ବାଗ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୫ ମୃତ, ଉଦ୍ଧାର କାମ ଜାରି
Khabar Odisha:nation-fire-delhi-fire-breaks-out-in-hotel-arpit-palace-in-karol-bagh

ନୂଆଦିଲ୍ଲୀ, ଫେବୃୟାରୀ ୧୨ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ଦିଲ୍ଲୀର କାରୋଲ ବାଗ ହୋଟେଲରେ ମଙ୍ଗଳବାର ଭୋର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏହି ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହୋଟେଲର ଉପର ମହଲାରେ ନିଆଁ ଲାଗିଛି । ହୋଟେଲରେ ନିଆଁ ଲାଗିବା ସୂଚନା ମିଳିବା ପରେ ଫାୟାର ବିଗ୍ରେଡ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । 

ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଏଯାଏଁ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ । ଘଟଣାସ୍ଥଳରେ ପୋଲିସ, ଦମକଳ ବାହିନୀ, ସ୍ୱୟଂ ସେବୀ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ସେହିଭଳି ଉଦ୍ଧାର ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ । ପୋଲିସ ଓ ଦମକଳ ବିଭାଗ କେବଳ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଅଛି । 

 

  • Tags:

Subscribe

National International State Sports Entertainment