Home >
ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ବିଟ୍ ଜୁସ୍
Khabar Odisha:lifestyle-odisha-beetroot-juice-good-for-health
ଭୁବନେଶ୍ଵର, ଡିସେମ୍ଵର ୧୦ (ଖବର ଓଡିଶା) :

 ଜିମ୍ ଯିବା ପୁର୍ବରୁ ଏବଂ ଜିମରୁ ଆସିବା ପରେ କଣ ସେବନ କରିବା ଉଚିତ୍ ତାହାକୁ ନେଇ ବହୁ ଲୋକ ଚିନ୍ତିତ ଥାନ୍ତି। ତେବେ ଏହି ସମସ୍ୟାର ସମାଧାନ ହେଉଛି ଆପଣମାନେ ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ ପିଇ ପାରିବେ। ଏହାଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଖୁବ୍ ଲାଭ ମିଳିବ। 

ବିଟ୍ ଜୁସକୁ ସୁପର ଜୁସ୍ କୁହାଯାଏ କାରଣ ଏହା ଏଥଲେଟିକ୍ ପ୍ରଦର୍ଶନରେ ବହୁତ ସହାୟକ ହୁଏ। ଏହା ରକ୍ତଚାପ ନିୟନ୍ତ୍ରିତ କରିଥାଏ ଏବଂ ରକ୍ତର ପ୍ରବାହ ବଢାଇଥାଏ। ବିଟଜୁସରେ ଅଇରନ୍, ମାଗ୍ନେସିୟମ, ଫୋଲେଟ ଏବଂ ଅଣ୍ଟିଅକ୍ସିଡେଣ୍ଟ ରହିଥାଏ। ଇଂଲଣ୍ଡର ନର୍ଥ ଅମ୍ବ୍ରିୟା ବିଶ୍ଵବିଦ୍ୟାଳୟ  ଦ୍ଵାରା ହୋଇଥିବା ରିସର୍ଚ ଅନୁସାରେ ବିଟ୍ ଜୁସ୍ ସେବନ କଲେ ଅନ୍ୟ ଖାଦ୍ୟ ତୁଳନାରେ ଏହା ମାଂସପେଶୀକୁ ଜଲଦି ସୁଦୃଢ କରେ। ରିସର୍ଚରୁ ଜଣାପଡିଥିଲା କି  ବିଟଜୁସରୁ ନାଇଟ୍ରିକ ଅକ୍ସାଇଡର ମାତ୍ରା ଅଧିକ ଅଟେ ଯାହାକି ଜଲଦି  ମାଂସପେଶୀ କୁ ଠିକ୍ କରିବାରେ ସାହାଯ୍ୟ କରିଥାଏ।

ବିଶେଷଜ୍ଞ ମାନେ ଦାବି ପୂର୍ଣ୍ଣ ଭାବରେ ଜଣାଇଛନ୍ତିକି ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ୍ ସେବନ କରିପାରିବେ। ରିସର୍ଚରୁ ଏହା ମଧ୍ୟ ଜଣା ପଡିଛିକି  ମାରାଥନ ପୂର୍ବରୁ ଏହି ଜୁସ ସେବନ କଲେ ଆପଣମାନଙ୍କୁ ଜୋରରେ ଚାଲିବାକୁ ସାମର୍ଥ୍ୟ ମିଳେ ।

Subscribe

National International State Sports Entertainment