Home >
ଘରେ ପ୍ରସ୍ତୁତ କରନ୍ତୁ ଦହିବରା
Khabar Odisha:lifestyle-Odisha-Preparation-of-dahibora
ଭୁବନେଶ୍ୱର, ଏପ୍ରିଲ ୧୫(ଖବର ଓଡ଼ିଶା):

ଦହିବରା ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି । ଘରେ ଦହିବରାର ପ୍ରସ୍ତୁତି କିପରି କରିବେ ଆସନ୍ତୁ ଜାଣିବା .

ସାମଗ୍ରୀ : 

ବିରି , ଅଳ୍ପ ସୁଜି , ବସାଦହି ,ଭୃଷଙ୍ଗ ପତ୍ର, କଟା କଞ୍ଚାଲଙ୍କା, ସୋରିଷ, ଜିରା, ଲୁଣ, ତେଲ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବିରି ଭିଜେଇ ରଖିବେ । ତିନି,ଚାରି ଘଣ୍ଟା ପରେ ବିରି ଗ୍ରାଇଣ୍ଡିଂ କରି ସେହି ମିଶ୍ରଣକୁ ଏକ ପାତ୍ରକୁ ବାହାର କରିନେବେ । ସେଥିରେ ଅଳ୍ପ ସୁଜି ପକାଇବେ । ଏହା ପରେ ଗ୍ୟାସ୍‌ରେ ଏକ କଢେଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେହି ମିଶ୍ରଣକୁ ବରା ଆକାରରେ କରି ଛାଣନ୍ତୁ । ଅଲଗା ଏକ ପାତ୍ରକୁ ବରା ବାହାର କରିନିଅନ୍ତୁ । ପରେ ଅନ୍ୟ ଏକ କଢେଇ ଗରମ କରି ସେଥିରେ ଅଳ୍ପ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଭୃଷଙ୍ଗ ପତ୍ର, କଟା କଞ୍ଚାଲଙ୍କା, ସୋରିଷ, ଜିରା, ପକାନ୍ତୁ। ତା ପରେ ଏକ ପାତ୍ରରେ ଥିବା ଦହିରେ ସ୍ୱାଦ ଅନୁସାରେ ଲୁଣ ପକାଇ ରଖନ୍ତୁ । ଛୁଙ୍କ ଅଳ୍ପ ଥଣ୍ଡା ହୋଇଗଲା ପରେ ଦହିକୁ ଛୁଙ୍କରେ ପକାନ୍ତୁ । ଏହାପରେ ସେଥିରେ ରଖା ହୋଇଥିବା ବରା ପକାନ୍ତୁ। ଆପଣ ଚାହିଁଲେ ଏଥିରେ ଚିନି ବି ମଧ୍ୟ ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଦହିବରା।

  • Tags:

Subscribe

National International State Sports Entertainment