Home >
ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Khabar Odisha:crime-state-odisha-women-murdered-for-dowry-in-nayagarh
ନୟାଗଡ, ମାର୍ଚ୍ଚ ୧୬(ଖବର ଓଡିଶା):

ନୟାଗଡ ବଡଗୋଠଗାଁରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ପରିବାର ଲୋକେ ବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ଆଜି ଜିଲ୍ଲାର ବଡଗୋଠଗାଁରେ ଏକ ଘରୁ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରି ଏପରି ଝୁଲାଇ ଦେଇଥିବା କୁହାଯାଉଛି । ଏହା ଏକ ଯୌତୁକଜନିତ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସେହିପରି ମହିଳାଙ୍କ ବାପଘର ଲୋକେ ମଧ୍ୟ ତାଙ୍କ ଝିଅକୁ ଶାଶୁ ଏବଂ ଶଶୁର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଏହାସହ ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ମହିଳାଙ୍କ ପିତା କହିଛନ୍ତି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କ ପଚରାଉଚରା କରୁଛି ।

  • Tags:

Subscribe

National International State Sports Entertainment