Home >
ସ୍ୱାମୀର ଭୁଜାଲି ମାଡରେ ସ୍ତ୍ରୀ ଗୁରୁତର
Khabar Odisha:crime-odisha-husband-attacked-his-wife-by-knife
ସୋନପୁର, ମାର୍ଚ୍ଚ ୧୬(ଖବର ଓଡିଶା):

ସୋନପୁର ଜିଲ୍ଲା ବିନିକା ଥାନା ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗାଁରେ ଜଣେ ସ୍ୱାମୀର ଭୁଜାଲି ମାଡରେ ସ୍ତ୍ରୀ ଆହତ ହୋଇଛନ୍ତି । ଘଟଣା ଭିଆଇବା ପରେ ଅଭିଯୁକ୍ତ ସ୍ୱାମୀ ଚମ୍ପଟ ହୋଇଯାଇଛନ୍ତି । ଗୁରୁତର ସ୍ତ୍ରୀ ଡୁଙ୍ଗୁରିପାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାନୁସାରେ, ଗତକାଲି ରାତ୍ରରେ ଅଭିଯୁକ୍ତ ସ୍ୱାମୀ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ମାତ୍ରାରେ ବଢିଯାଇଥିଲା ଯେ ସ୍ୱାମୀ ଅତ୍ୟଧିକ ମାତ୍ରାରେ ରାଗିଯାଇ ସ୍ତ୍ରୀଙ୍କୁ ଭୁଜାଲିରେ ହାଣିଦେଇଥିଲେ । ଏହାସହ ଘଟଣାସ୍ଥଳରୁ ସ୍ୱାମୀ ଚମ୍ପଟ ହୋଇଯାଇଥିଲା । ଗୁରୁତର ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି । ବର୍ତମାନ ପୋଲିସ ଘଟଣାସ୍ଥଳରେ ପହଁଚି ଏହି ଘଟଣାର ତଦନ୍ତ କରିବା ସହ ଫେରାର ସ୍ୱାମୀଙ୍କୁ ଖୋଜିବାରେ ଲାଗିଛି । 

  • Tags:

Subscribe

National International State Sports Entertainment