Home >
ରାଜଧାନୀ ପାଲଟିଛି ଅପରାଧୀଙ୍କ ଆଡ୍ଡା, ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ
Khabar Odisha:crime-odisha-firing-at-bhubaneswar-tankapani-road-security-guard-injured
ଭୁବନେଶ୍ୱର, ମାର୍ଚ୍ଚ ୧୬(ଖବର ଓଡିଶା):

ରାଜଧାନୀ ଭୁବନେଶ୍ୱର ପାଲଟିଛି ଏବେ ଅପରାଧୀଙ୍କ ଆଡ୍ଡା । କଥା କଥାକେ ଫୁଟୁଛି ଗୁଳି । ଗତକାଲି ଟଙ୍କପାଣି ରୋଡରେ ଏକ  ଗୁଳିକାଣ୍ଡ ଘଟିଛି । ଏକ କଲ୍ୟାଣମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ ହୋଇଛି । ତାଙ୍କ ପିଠିରେ ଗୁଳି ବାଜିଛି ।  ବର୍ତମାନ ସିକ୍ୟୁରିଟି ଗାର୍ଡ ଗୁରୁତର ଅବସ୍ଥାରେ ନିକଟସ୍ଥ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । 

ଟଙ୍କପାଣି ରାଡରେ ଥିବା କଲ୍ୟାଣ ମଣ୍ଡପରେ ଜଣେ ସିକ୍ୟୁରିଟି ଗାର୍ଡକୁ ଗୁଳିମାଡ ହୋଇଛି । ୨ଜଣ ଦୁବୃର୍ତ ବାଇକରେ ଆସି ତାଙ୍କୁ ପାଣି ମାଗିବା ବାହାନାରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।  ଏହି ସିକ୍ୟୁରିଟି ଗାର୍ଡଙ୍କ ନାମ ଜ୍ଞାନେନ୍ଦ୍ର ମଲ୍ଲିକ ହୋଇଥିବା ଜଣାପଡିଛି । ଜ୍ଞାନେନ୍ଦ୍ରଙ୍କ ପିଠିରେ ଗୁଳି ବାଜିଛି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ନିକଟସ୍ଥ ଏକ ଘରୋଇ ମେଡିକାଲରେ ଭର୍ତି କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ଏହି ଗୁଳିମାଡର କାରଣ ସ୍ପଷ୍ଟ ହୋଇପାରିନାହିଁ  । କମିଶନରେଟ୍  ପୋଲିସ ଏବେ ଘଟଣାସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment