ରାଜ୍ୟରେ ପୁଣି ଅସୁରକ୍ଷିତ ହାତୀ: ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ ଉଦଳା,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ରାଜ୍ୟରେ ପୁଣି ଅସୁରକ୍ଷିତ ହାତୀ। କପ୍ତିପଦା ବନାଞ୍ଚଳ ଅଧୀନ ନୋଟ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ତେବେ ଜଙ୍ଗଲ ଭିତରେ ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ସେପଟେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ। ହାତୀ ଛୁଆଟି ଜଙ୍ଗଲ ଭିତରେ କାଦୁଅରେ ପୋତି ହୋଇ ଯାଇଥିବା ବେଳେ ତାର ମୁହଁ କାଦୁଅ ଭିତରେ ପଶି ରହିଥିଲା। ହେଲେ ହାତୀ ଛୁଆ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କାଦୁଅରେ ହାତୀ ଛୁଆଟି ଫଶି ଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଖବର ଓଡ଼ିଶା, Reporter, 25/09/2022