Home >
କରୋନା କଟକଣା ପାଇଁ ଫିକା ପଡ଼ିଲା ପ୍ରସିଦ୍ଧ ବାଡିଖେଳ, ଆଖଡା ପ୍ରେମୀଙ୍କ ମନରେ ଦୁଃଖ
Khabar Odisha:The-famous-stick-game-the-sadness-in-the-minds-of-Akhada-lovers-faded-for-the-corona-cut
ବାଲେଶ୍ୱର , ଅକ୍ଟୋବର ୧୪(ଖବର ଓଡ଼ିଶା):

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବାଡିଖେଳ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ । କେବଳ ପ୍ରଥାକୁ ବଞ୍ଚାଇ ରଖିବା ପାଇଁ ପ୍ରତ୍ୟେକ ଦଳରେ ୨ ଜଣଙ୍କୁ ବାଡିଖେଳ ଦେଖାଇବାର ଅନୁମତି ମିଳିଥିଲା ।

 ତେବେ ଏହି ଖେଳରେ ଅନ୍ୟପ୍ରତିଯୋଗୀ ମାନେ ଭାଗ ନନେଇ ପାରିବାରୁ ଆଖଡା ପ୍ରେମୀଙ୍କ ମନରେ ଦୁଃଖ ଦେଖାଦେଇଛି ବୋଲି ବାଲେଶ୍ୱର ଆଖଡା ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ କହିଛନ୍ତି।

ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ଏହି ଆଖଡ଼ା ଖେଳରେ ଶାରୀରିକ ଓ ମାନସିକ ଶକ୍ତି ଫିଟ ରହିବା ସହ ଶୃଙ୍ଖଳିତ ଭାବେ ଜୀବନଯାପନ କରିବା ପାଇଁ ଶିକ୍ଷା ଦିଆଯାଏ।

  • Tags:

Subscribe

National International State Sports Entertainment