Home >
ଅପେକ୍ଷାର ଅନ୍ତ, ୭ ବର୍ଷ ପରେ ପୁଣି କ୍ରିକେଟ ମୈଦାନକୁ ଫେରିବେ ଦ୍ରୁତ ଭାରତୀୟ ବୋଲର ଶ୍ରସନ୍ଥ
Khabar Odisha:The-end-of-the-wait-the-fastest-Indian-bowler-to-return-to-cricket-after-7-years
କେରଳ, ନଭେମ୍ବର ୨୨ (ଖବର ଓଡ଼ିଶା):

ଭାରତୀୟ ଦ୍ରୁତ ବୋଲର ଶ୍ରୀସନ୍ଥ ପୁଣି ଖେଳିବେ । କ୍ରିକେଟ ଖେଳରୁ ନିଷେଧାଦେଶ ଉଠିଥିବାରୁ ୭ ବର୍ଷ ପରେ ଏସ୍ ଶ୍ରୀସନ୍ଥ ବୃତ୍ତିଗତ କ୍ରିକେଟକୁ ଫେରିବାକୁ ଯାଉଛନ୍ତି।

କେରଳର ଭାରତୀୟ ଦ୍ରୁତ ବୋଲରଙ୍କୁ ୨୦୧୩ରେ ଆଇପିଏଲ୍ ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀସନ୍ଥଙ୍କ ସହ ଆଉ ଦୁଇ କ୍ରିକେଟର ଅଜିତ ଚଣ୍ଡିଲା ଏବଂ ଅଙ୍କିତ ଚାଭାନ ମଧ୍ୟ ମ୍ୟାଚ୍ ଫିକ୍ସିଂରେ ଫସିଥିଲେ । ସେଥିପାଇଁ ବିସିସିଆଇ ଏହି ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। ଏହା ବ୍ୟତୀତ ଏହି ତିନିଜଣଙ୍କୁ ମଧ୍ୟ ଜେଲଦଣ୍ଡ ମଧ୍ୟ ମିଳିଥିଲା   

ତେବେ ମ୍ୟାଚ୍ ଫିକ୍ସିଂ ପ୍ରସଙ୍ଗରେ ଶ୍ରୀସନ୍ଥଙ୍କୁ ଏକ କ୍ଲିନଚିଟ୍ ମିଳିଛି। କ୍ରିକେଟ୍ ଖେଳିବା ପାଇଁ ତାଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ୩୭ ବର୍ଷୀୟ ଦ୍ରୁତ ବୋଲର ଶ୍ରୀସନ୍ଥ ମଧ୍ୟ ତାଙ୍କ ରାଜ୍ୟ ତଥା ଦେଶ ପାଇଁ କ୍ରିକେଟ୍ ଖେଳିବାରେ ସକ୍ଷମ ହୋଇପାରିବେ।

କେରଳ କ୍ରିକେଟ୍ ଆସୋସିଏସନର ସଭାପତି ସଜନ ଭାର୍ଗସେ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ଶ୍ରୀସନ୍ଥ ଘରୋଇ ଟି-୨୦ କପ୍‌ରେ ଖେଳିବେ । ସେହି ମ୍ୟାଚ ପାଇଁ ସମସ୍ତ ଖେଳାଳି ଏବଂ କର୍ମଚାରୀ ହୋଟେଲରେ ବ୍ୟବସ୍ଥା ହୋଇଛି  । କେରଳ କ୍ରିକେଟ୍ ଆସୋସିଏସନ ଟୁର୍ନାମେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ଅପେକ୍ଷା କରିଛି। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ଟୁର୍ନାମେଣ୍ଟ ଖେଳିବାକୁ ଅନୁମତି ଦିଆଯିବ ବୋଲି ଭାର୍ଗସେ ଆଶା କରିଛନ୍ତି।

ସ୍ପୋର୍ଟସ୍ ଷ୍ଟାରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସାଜନ ଭାର୍ଗସେ କହିଛନ୍ତି ଯେ ଘରୋଇ ଟି-୨୦ ଲିଗ୍ ପାଇଁ ଅବଶ୍ୟ ଶ୍ରୀସନ୍ଥ ଏକ ପ୍ରମୁଖ ଆକର୍ଷଣ ହେବେ।

  • Tags:

Subscribe

National International State Sports Entertainment