Home >
ମରିଗଲା ମାନବିକତା, ଗର୍ଭବତୀ ମାଇ ହାତୀଟିକୁ ସପୁରୀରେ ବିସ୍ପୋରକ ଭର୍ତ୍ତି କରି ଖୁଆଇ ଦେଲେ କିଛି ବ୍ୟକ୍ତି, ବଞ୍ଚିବାକୁ ଚେଷ୍ଟା କରି ଆଖି ବୁଜିଲା ହାତୀ
Khabar Odisha:The-elephant-that-died-in-Palakkad-KERALA-was-pregnant--She-was-fed-a-pineapple-filled-with-firecrackers-by-locals
କେରଳ, ଜୁନ ୦୩ (ଖବର ଓଡ଼ିଶା):

କେରଳରେ ଏକ ମାଇ ହାତୀ ସହିତ ଏଭଳି ଅଦ୍ଭୂତ ଘଟଣା ଘଟିଛି ଯାହା ଆପଣ ମାନେ ଚିନ୍ତା ମଧ୍ୟ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ମଣିଷଙ୍କ ମଧ୍ୟରେ ମାନବିକତା ବୋଲି ଗୋଟିଏ ଶବ୍ଦ ବଞ୍ଚିଛି ତାହା କାହିଁକି ଆଉ ଲାଗୁନି ଦିନକୁ ଦିନ ମଣିଷର ବ୍ୟବହାରରେ ଏଭଳି ନିଷ୍ଠୁରତା ଦେଖିବାକୁ ମିଳୁଛି ଯେ ନିଜକୁ ମଣିଷ କହିବା ପାଇଁ ଆମକୁ ଖରାପ ଲାଗୁଛି । ଠିକ ଏହି ଭଳି ଏକ ଘଟଣା କେରଳରେ ଦେଖିବାକୁ ମିଳିଛି ଗୋଟିଏ ଗର୍ଭବତୀ ମାଇ ହାତୀଟିକୁ କିଛି ହୃଦୟହୀନ ଲୋକ ବିସ୍ପୋରକ ଭର୍ତ୍ତି କରି ଏକ ସପୁରୀ ଖାଇବାକୁ ଦେଇଦେଇଥିଲେ ନିରୀହ ପଶୁଟି ଅବା କି ଜାଣିବ ସପୁରୀ ଭିତରେ ବିସ୍ପୋରକ ଅଛି ବୋଲି । ସପୁରୀଟିକୁ ଖାଇବା ଫଳରେ ହାତୀଟିର ମୁହଁରେ ହିଁ ବିସ୍ପୋରଣ ହୋଇଯାଇଥିଲା, କିଛି ଦିନ ଗୁରୁତର ଭାବେ ବଞ୍ଚିବା ପାଇଁ ସଂଘର୍ଷ କରିବା ପରେ ଶେଷରେ ହାତୀଟିର ମୃତ୍ୟୁ ଘଟିଛି । ହାତୀଟିର ମୃତ୍ୟୁ ପରେ ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଦ୍ୱାରା ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ଆଲୋଡନ ଖେଳିଯାଇଛି ।   

ବିଶେଷକରି ବଣୁଆ ଘୁଷୁରୀ ଧରିବା ପାଇଁ ଶିକାରୀମାନେ ଏହି ପଦ୍ଧତି ବ୍ୟବହାର କରନ୍ତି ବୋଲି ଜଣାପଡିଛି | ଉତ୍ତର କେରଳର ମାଲାପୁରାମର ଜଣେ ବନ ଅଧିକାରୀ ନିଜ ଫେସବୁକ ପେଜରେ ଏହି ଘଟଣା ସେୟାର କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।

ବନ ଅଧିକାରୀ ଜଣକ ନିଜ ଫେସବୁକ ଆକାଉଣ୍ଟରେ ଏହି ଖବର ପୋଷ୍ଟ କରିବା ହିଁ ଏହା ଭାଇରାଲ ହେବାରେ ଲାଗିଥିଲା କିଛି ସମୟ ମଧ୍ୟରେ ହିଁ ଏହି ଖବର ଦେଶସାରା ନିଆଁ ଭଳି ବ୍ୟାପିଯାଇଥିଲା  

ଉଦ୍ଧାରକାରୀ ଦଳରେ ଥିବା ମୋହନ କୃଷ୍ଣନ ଫେସବୁକରେ ଲେଖିଛନ୍ତି ଯେ ମହିଳା ହାତୀ ଜଙ୍ଗଲରୁ ନିକଟ ଗ୍ରାମକୁ ଖାଦ୍ୟ ସନ୍ଧାନରେ ପଳାଇ ଆସିଥିଲା   ଏହା ପରେ, କିଛି ଲୋକ ହାତୀଟିକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ଦେଇଥିଲେ |

ମୋହନ କୃଷ୍ଣନ ଆହୁରି ଲେଖିଛନ୍ତି, ବାଣ ଗୁଡିକ ଏତେ ଶକ୍ତିଶାଳୀ ଥିଲା ଯେ ହାତୀଟିର ପାଟି ଓ ଜିଭରେ ଗୁରୁତର ଆଘାତ ଲାଗିଥିଲା । ସେ ଖାଦ୍ୟ ସନ୍ଧାନରେ ଗାଁ ସାରା ବୁଲାବୁଲି କରିଥିଲୋ । ଯନ୍ତ୍ରଣା ହେତୁ ସେ କିଛି ଖାଇ ପାରିନଥିଲା | ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ହାତୀଟି ଗୁରୁତର ଆହତ ହୋଇଥିଲେ ମଧ୍ୟ କାହାରି କିଛି କ୍ଷତି କରି ନଥିଲା, କାହା ଉପରେ ଆକ୍ରମଣ କରି ନଥିଲା ।

କୃଷ୍ଣନ ଆହୁରି ଲେଖିଛନ୍ତି, ମହିଳା ହାତୀ ପେଟରେ ଏକ ଶିଶୁ ଥିବାରୁ ଖାଦ୍ୟ ସନ୍ଧାନରେ ହାତୀଟି ଭେଲିଆୟାର ନଦୀରେ ପହଞ୍ଚିଥିଲେ । ମୁହଁରେ କ୍ଷତ ହୋଇଯାଇଥିବାରୁ ହାତୀଟି ନିଜ ମୁହଁକୁ ପାଣିରେ ବୁଡାଇ ରଖିଥିଲା ।

ଯେତେବେଳେ ଜଙ୍ଗଲ ଅଧିକାରୀମାନେ ହାତୀର ଏଭଳି ପରିସ୍ଥିତି ବିଷୟରେ ଜାଣିଲେ, ସେମାନେ ତୁରନ୍ତ ଆହତ ହାତୀଟିକୁ ଭେଲିଆୟାର ନଦୀରୁ ବାହାର କରିବା ପାଇଁ ସୁରେନ୍ଦ୍ରନ୍ ଏବଂ ନୀଲକାନ୍ତ ନାମକ ଦୁଇଟି ପୋଷା ହାତୀର ସାହାର୍ଯ୍ୟ ନେଇଥିଲେ। ହେଲେ ପ୍ରବଳ କଷ୍ଟ କାରଣରୁ ହାତୀଟିର ସେତେବେଳକୁ ମୃତ୍ୟୁ ହୋଇସାରିଥିଲା ।

ହାତୀଟିର ପୋଷ୍ଟମର୍ଟମ କରିଥିବା ତ୍ରିଶୁର ରେଞ୍ଜର ଆସିଷ୍ଟାଣ୍ଟ ବନ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଡେଭିଡ ଅବ୍ରହାମଙ୍କ କହିଛନ୍ତି ଯେ ହାତୀଟିର କ୍ଷତ ଦେଖି ମୁଁ ସ୍ପଷ୍ଟ ହୋଇଯାଇଥିଲି ଯେ ହାତୀଟି ଆଉ ବଞ୍ଚିବ ନାହିଁ। ସେ କହିଥିଲେ ଯେ ମୋର ଦୁଇ ଦଶନ୍ଧିର କ୍ୟାରିଅରରେ ମୁଁ ଅନେକ ହାତୀର ପୋଷ୍ଟମର୍ଟମ କରିଥିଲି, କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ଅଲଗା ଥିଲା, ପ୍ରଥମ ଥର ପାଇଁ ମୁଁ ନିଜ ହାତରେ ଗୋଟିଏ ଛୋଟ ହାତୀର ଭ୍ରୁଣକୁ ଧରି ପାରିଥିଲି । ଯିଏ କି ଏହି ଦୁନିଆକୁ ଆସିବା ପୂର୍ବରୁ ହିଁ ନିଜ ମାଆ ସହ ଦୁନିଆରୁ ବିଦାୟ ନେଇ ଯାଇଥିଲା ।

  • Tags:

Subscribe

National International State Sports Entertainment