ବିଳମ୍ବରେ ଆସିଲେ ଡାକ୍ତର ଆଉ ଦୁନିଆ ଦେଖିବା ଆଗରୁ ଚାଲିଗଲା ନବଜାତ ଶିଶୁପୁତ୍ରର ଜୀଵନ ଚାନ୍ଦବାଲି, ସେପ୍ଟେମ୍ବର ୨୫(ଖବର ଓଡ଼ିଶା) Share story: ବିଳମ୍ବରେ ଆସିଲେ ଡାକ୍ତର ଆଉ ଦୁନିଆ ଦେଖିବା ଆଗରୁ ଚାଲିଗଲା ନବଜାତ ଶିଶୁପୁତ୍ରର ଜୀଵନ। ଚାନ୍ଦବାଲି ବ୍ଲକ୍ ଭୂଇଁମୂର୍ତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜାଆଁଳା ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଗୋଟିଏ ଶିଶୁପୁତ୍ରର ଜନ୍ମ ପରେ ୩ ଘଣ୍ଟା ବିଳମ୍ବରେ ଜନ୍ମ ହେଲା ଆଉ ଏକ ଶିଶୁ ପୁତ୍ର ହେଲେ ସବୁ ରିପୋର୍ଟ ଠିକ୍ ଥିବା ବେଳେ ଶିଶୁମୃତ୍ୟୁର ନେଇ ଅଭିଯୋଗ ଆଣିଛନ୍ତି ପରିବାରେ ଲୋକ ।ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନଥିବା ବେଳେ ଦାୟିତ୍ୱରେ ଥିବା ନର୍ସମାନେ ପ୍ରସବ କରାଇଥିଲେ। କିନ୍ତୁ ପିଲାର ଓଜନ କମ୍ ଥିବା ରୁ ଏପରି ହୋଇଥାଇ ପାରେ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପୃଷ୍ଟି। ଖବର ଓଡ଼ିଶା, Reporter, 24/09/2022