Home >
କୁଆଖାଇ ନଦୀରୁ ଉଦ୍ଧାର ହେଲା ନିଖୋଜ ବୃଦ୍ଧଙ୍କ ମୃତଦେହ,ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ
Khabar Odisha:The-body-of-a-missing-elderly-man-was-recovered-from-the-Kuakhai-River-and-police-are-investigating
ବାରଙ୍ଗ, ଅକ୍ଟୋବର ୧୪(ଖବର ଓଡିଶା):

ଗତକିଛି ଦିନ ହେବ ଜଣେ ବୃଦ୍ଧ ଲୋକ ହଜି ଯାଇଥିବା ବେଳେ ଆଜି ତାଙ୍କର ମୃତଦେହ କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହୋଇଛି । ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ମୃତଦେହକୁ ଚିହ୍ନଟ କରାଯାଇଛି । 

ତାଙ୍କ ନାଁ ବାଦଲ ସାମଲ ଏବଂ ତାଙ୍କ ଘର ବାରଙ୍ଗ ଥାନା ନରଣପୁରରେ ହୋଇଥିବା ବେଳେ ବୟସ ୬୫ ବୋଲି ଅନୁମାନ କରାଯାଉଛି । ସୁଚନା ଅନୁସାରେ ଗତକିଛି ଦିନ ତଳେ ମୃତ ବୃଦ୍ଧଙ୍କ ପରିବାର ଲୋକ ତାଙ୍କର ନିଖୋଜ ହେବା ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପରେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପର୍ତ୍ତା ମିଳିପାରି ନଥିଲା । 

ତେବେ ଆଜି ସକାଳୁ ମୃତ ଦେହ ଠାବ ହେବା ଘଟଣା କୁ ଅଲଗା ମୋଡ଼ ନେଉଛି । । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ଏବଂ ବୃଦ୍ଧ ଜଣଙ୍କ ଜାଣିଶୁଣି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ପାରି ଫୋପାଡ଼ି ଦେଇଛି ସେନେଇ ଅନୁଧ୍ୟାନ କରୁଛି ପୋଲିସ୍ ।

  • Tags:

Subscribe

National International State Sports Entertainment