ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ, କେଏମସି କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କୋଲକାତା,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ପଶ୍ଚିମବଙ୍ଗରେ ଥମିବାର ନାଁ ଧରୁନି ଡେଙ୍ଗୁ ପ୍ରକୋପ। ଦୂର୍ଗାପୂଜା ପାଇଁ ଯେପରି ଡେଙ୍ଗୁ ନିୟନ୍ତ୍ରଣରେ ରହେ ସେଥିଲାଗି ସ୍ୱାସ୍ଥ୍ୟ ଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରି ଦିଯାଇଛି। ସ୍ୱାସ୍ଥ୍ୟ ବିଭାଗଙ୍କୁ ସତର୍କ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପୂଜା ଅବକାଶ ସପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖରେ ସରିବ। ତେବେ ଡାକ୍ତରଙ୍କୁ ରୋଷ୍ଟର ଅନୁସାରେ କାମ କରିବାକୁ ହେବ। ସେପଟେ କୋଲକାତା ମ୍ୟୁନସିପାଲ କର୍ପୋରେସନ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରି ଦିଆଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଏଚ.କେ. ଦ୍ୱିବେଦୀ ଡେଙ୍ଗୁକୁ ନେଇ ଯଥା ସମ୍ଭବ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଦ୍ୱିବେଦୀ କୋଲକାତା ନଗରନିଗମ ଆୟୁକ୍ତ, ଜିଲ୍ଲାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି। ଖବର ଓଡ଼ିଶା, Reporter, 25/09/2022