ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା: ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଭୁବନେଶ୍ୱର, ଜୁନ୍ ୨୨(ଖବର ଓଡିଶା): Share story: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ଆଜି ରଶ୍ମିରେଖାଙ୍କ ପୋଷ୍ଟମର୍ଚମ ରିପୋର୍ଟ ଆସିଛି । ତେବେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଶରୀରରେ କୌଣସି କ୍ଷତ ଚିହ୍ନ ମଧ୍ୟ ନାହିଁ । ଏହାସହିତ ରଶ୍ମିରେଖାଙ୍କ ଶରୀରରେ ବିଷକ୍ରିୟା ନଥିବା ମଧ୍ୟ ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ରାଜା ଓ ପୁରୁଷବନ୍ଧୁ ସନ୍ତୋଷକୁ ହାଜର ହେବାକୁ ସମନ ହୋଇଛି । ଉଭୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ସମନ ଜାରି କରିଛି । ତେବେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ହତ୍ୟା କରିଥିବା ରଶ୍ମିରେଖାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଖବର ଓଡ଼ିଶା, Reporter, 22/06/2022